The Old Stag
ବୃଦ୍ଧ ହରିଣ
In a lush
forest lived an old stag who was known for his kindness.
ଏକ ସବୁଜ-ସୁନ୍ଦର ଜଙ୍ଗଲରେ ଏକ
ବୃଦ୍ଧ ହରିଣ ରହୁଥିଲା, ଯିଏ ତା’ର ଦୟାଳୁ ସ୍ୱଭାବ ପାଇଁ
ପରିଚିତ ଥିଲା।
Each day,
he warmly greeted his fellow animals and birds.
ପ୍ରତିଦିନ ସେ ତା’ର ସାଥୀ ପଶୁ
ଓ ପକ୍ଷୀମାନଙ୍କୁ ଆନ୍ତରିକତାର ସହିତ ସ୍ୱାଗତ କରୁଥିଲା।
Though
the forest supplied plenty of food, the stag preferred staying on a small
hillock with tender grass.
ଜଙ୍ଗଲରେ ପ୍ରଚୁର ଖାଦ୍ୟ
ମିଳୁଥିଲେ ମଧ୍ୟ, ହରିଣଟି କୋମଳ ଘାସ ଥିବା ଏକ
ଛୋଟ ପାହାଡ଼ିଆ ସ୍ଥାନରେ ରହିବାକୁ ପସନ୍ଦ କରୁଥିଲା।
The
hillock was covered in soft, green grass, which the old stag enjoyed.
ସେହି ଛୋଟ ପାହାଡ଼ିଆ ସ୍ଥାନଟି
ନରମ, ସବୁଜ ଘାସରେ ଆଚ୍ଛାଦିତ ଥିଲା, ଯାହାକୁ ବୃଦ୍ଧ ହରିଣଟି
ଖାଇବାକୁ ଉପଭୋଗ କରୁଥିଲା।
Every
day, he would come down to meet his friends, and all the animals and birds
loved him.
ପ୍ରତିଦିନ ସେ ତଳକୁ ଆସି ତା’ର
ବନ୍ଧୁମାନଙ୍କୁ ଭେଟୁଥିଲା ଏବଂ ସମସ୍ତ ପଶୁ ଓ ପକ୍ଷୀମାନେ ତାକୁ ଭଲ ପାଉଥିଲେ।
One day,
the stag fell ill.
ଦିନେ ହରିଣଟି ଅସୁସ୍ଥ
ହୋଇପଡ଼ିଲା।
He
struggled to reach the hillock.
ସେ କଷ୍ଟ କରି ପାହାଡ଼ିଆ
ସ୍ଥାନଟିକୁ ପହଞ୍ଚିଲା।
The stag
knew that fresh, healthy food and proper rest would help him to get well soon,
so he ate the tender grass and decided to rest for a while.
ହରିଣଟି ଜାଣିଥିଲା ଯେ ସତେଜ, ସ୍ୱାସ୍ଥ୍ୟକର ଖାଦ୍ୟ ଓ
ଉପଯୁକ୍ତ ବିଶ୍ରାମ ତାକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିବ। ତେଣୁ ସେ କୋମଳ ଘାସ ଖାଇ
କିଛି ସମୟ ବିଶ୍ରାମ ନେବାକୁ ସ୍ଥିର କଲା।
The old
stag could not go down the hillock to greet his friends.
ବୃଦ୍ଧ ହରିଣଟି ତା’ର
ବନ୍ଧୁମାନଙ୍କୁ ସ୍ୱାଗତ କରିବା ପାଇଁ ପାହାଡ଼ିଆ ସ୍ଥାନରୁ ତଳକୁ ଯାଇପାରିଲା ନାହିଁ।
His
friends were worried.
ତା’ର ବନ୍ଧୁମାନେ ଚିନ୍ତିତ
ହେଲେ।
When they
learnt that he was unwell, they came to check on him.
ସେ ଅସୁସ୍ଥ ଥିବା ଜାଣିବା ପରେ
ସେମାନେ ତାକୁ ଦେଖିବା ପାଇଁ ଆସିଲେ।
“Dear
stag! How are you?” asked a deer.
“ପ୍ରିୟ ହରିଣ! ତୁମେ
କେମିତି ଅଛ?” ଜଣେ ହରିଣ ପଚାରିଲା।
“Too weak
to come down and meet you all,” replied the stag.
“ମୁଁ ଏତେ ଦୁର୍ବଳ ଯେ
ତଳକୁ ଆସି ତୁମ ସମସ୍ତଙ୍କୁ ଭେଟିପାରୁନାହିଁ,” ହରିଣଟି ଉତ୍ତର ଦେଲା।
“Get well
soon, dear stag!” said the deer.
“ପ୍ରିୟ ହରିଣ, ଶୀଘ୍ର ସୁସ୍ଥ ହୁଅ!” ହରିଣଟି
କହିଲା।
The
animals wished him a quick recovery and left.
ପଶୁମାନେ ତା’ର ଶୀଘ୍ର ଆରୋଗ୍ୟ
କାମନା କରି ସେଠାରୁ ଚାଲିଗଲେ।
However,
before they went back into the forest, the animals ate the fresh green grass
growing on the hillock.
ତେବେ, ସେମାନେ ଜଙ୍ଗଲକୁ ଫେରିବା
ପୂର୍ବରୁ ପାହାଡ଼ିଆ ସ୍ଥାନରେ ବଢ଼ିଥିବା ସତେଜ ସବୁଜ ଘାସ ଖାଇଲେ।
“The grass is so tender and nice,” said an
elephant.
“ଏହି ଘାସ ବହୁତ କୋମଳ
ଓ ସୁସ୍ୱାଦୁ,” ଏକ ହାତୀ କହିଲା।
“I have never eaten such juicy green leaves,”
said a giraffe.
“ମୁଁ କେବେ ଏପରି
ରସାଳୁ ସବୁଜ ପତ୍ର ଖାଇନାହିଁ,”
ଏକ ଜିରାଫ୍ କହିଲା।
Words
soon spread about the tender green grass.
କୋମଳ ସବୁଜ ଘାସ ବିଷୟରେ ଖବର
ଶୀଘ୍ର ଚାରିଆଡ଼େ ବ୍ୟାପିଗଲା।
Soon, all
the animals who came to visit the stag feasted on the tender grass.
ଖୁବ୍ ଶୀଘ୍ର, ହରିଣକୁ ଦେଖିବାକୁ ଆସୁଥିବା
ସମସ୍ତ ପଶୁ କୋମଳ ଘାସ ଖାଇ ଆନନ୍ଦ କଲେ।
Anyone
who came to visit the stag would also eat the grass.
ଯିଏ ବି ହରିଣକୁ ଦେଖିବାକୁ
ଆସୁଥିଲା, ସେ ମଧ୍ୟ ଘାସ ଖାଉଥିଲା।
Soon,
there was not much grass left for the old stag to eat.
ଖୁବ୍ ଶୀଘ୍ର ବୃଦ୍ଧ ହରିଣ ପାଇଁ
ଖାଇବାକୁ ଅଧିକ ଘାସ ବାକି ରହିଲା ନାହିଁ।
He
started becoming weaker as days passed.
ଦିନ ଗଡ଼ିବା ସହିତ ସେ ଆହୁରି
ଦୁର୍ବଳ ହେବାକୁ ଲାଗିଲା।
His feet
felt ashamed.
ତା’ର ପାଦ ଦୁର୍ବଳ ଲାଗିଲା।
They
understood how their greed had made them forget about their friend, the old
stag.
ସେମାନେ ବୁଝିପାରିଲେ ଯେ ନିଜର
ଲୋଭ ଯୋଗୁଁ ସେମାନେ ତାଙ୍କ ବନ୍ଧୁ ବୃଦ୍ଧ ହରିଣକୁ ଭୁଲିଯାଇଥିଲେ।
They
understood that not much grass was left for the stag to eat and recover.
ସେମାନେ ବୁଝିଲେ ଯେ ହରିଣଟି
ଖାଇ ସୁସ୍ଥ ହେବା ପାଇଁ ଅଧିକ ଘାସ ବାକି ନଥିଲା।
The
animals decided to find food elsewhere in the forest and not disturb the
hillock.
ପଶୁମାନେ ଜଙ୍ଗଲର ଅନ୍ୟ
ସ୍ଥାନରୁ ଖାଦ୍ୟ ଖୋଜିବାକୁ ଏବଂ ପାହାଡ଼ିଆ ସ୍ଥାନକୁ ଆଉ ବ୍ୟାଘାତ ନକରିବାକୁ ସ୍ଥିର କଲେ।
Some of them
also brought fresh leaves for their friend.
ସେମାନଙ୍କ ମଧ୍ୟରୁ କେତେକ ନିଜ
ବନ୍ଧୁ ପାଇଁ ସତେଜ ପତ୍ର ମଧ୍ୟ ଆଣିଲେ।
It rained
well that week.
ସେହି ସପ୍ତାହରେ ଭଲ ବର୍ଷା
ହେଲା।
The grass
soon grew back, and old stag had enough food once again.
ଖୁବ୍ ଶୀଘ୍ର ଘାସ ପୁଣି
ବଢ଼ିଗଲା ଏବଂ ବୃଦ୍ଧ ହରିଣ ପାଖରେ ପୁଣି ଯଥେଷ୍ଟ ଖାଦ୍ୟ ହୋଇଗଲା।
Slowly,
the old stag recovered from the illness.
ଧୀରେ ଧୀରେ ବୃଦ୍ଧ ହରିଣଟି
ଅସୁସ୍ଥତାରୁ ସୁସ୍ଥ ହୋଇଗଲା।
The
animals learnt the most important lesson:
ପଶୁମାନେ ସବୁଠାରୁ
ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶିଖିଲେ।
“Nature
has enough for everybody. But we need to use its resources wisely.”
“ପ୍ରକୃତି ସମସ୍ତଙ୍କ
ପାଇଁ ଯଥେଷ୍ଟ ଦେଇଥାଏ। କିନ୍ତୁ ଆମକୁ ଏହାର ସମ୍ପଦକୁ ବୁଦ୍ଧିମତାର ସହିତ ବ୍ୟବହାର କରିବା
ଆବଶ୍ୟକ।”
— Adapted
from The Panchatantra
— ପଞ୍ଚତନ୍ତ୍ରରୁ ଅନୁକୃତ।