ଶିକ୍ଷକଙ୍କ ପାଠ୍ୟ ଡାଏରୀ (Lesson Diary)

ଶ୍ରେଣୀ: ଅଷ୍ଟମ (Class 8)

ବିଷୟ: ବିଜ୍ଞାନ ("ଜିଜ୍ଞାସା" - ପଞ୍ଚମ ଅଧ୍ୟାୟ: ବଳର ଅନ୍ୱେଷଣ)

ଅବଧି (Period): ୧୦ ଦିନ (ପ୍ରତି ଦିନର ସମୟ: ୪୦ ମିନିଟ୍)

ପଦ୍ଧତି: ପଞ୍ଚପଦୀ ପଦ୍ଧତି (୧. ଅଧୀତି, ୨. ବୋଧ, ୩. ଅଭ୍ୟାସ, ୪. ପ୍ରୟୋଗ, ୫. ପ୍ରସାର)

ପ୍ରଥମ ଦିନ (Period 1): ବଳ କ’ଣ? (ଠେଲିବା ଓ ଟାଣିବା)

  • ଅଧୀତି (Adhiti): ଶ୍ରେଣୀ ଆରମ୍ଭରେ ମୁଁ ପିଲାମାନଙ୍କୁ ପଚାରିବି, "ସମତଳ ଭୂମି ଅପେକ୍ଷା ପାହାଡ଼ ଉପରକୁ ଯାଉଥିବା ସମୟରେ ସାଇକେଲ୍ ପେଡ଼ାଲ୍ ମାରିବା କାହିଁକି କଷ୍ଟକର ଲାଗେ?" ଏହାପରେ ପାଠ୍ୟପୁସ୍ତକର ପ୍ରାରମ୍ଭିକ ଅନୁସନ୍ଧାନ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବି।
  • ବୋଧ (Bodh): କାର୍ଯ୍ୟ ୫.୧ (କାର୍ଡବୋର୍ଡ଼ ବାକ୍ସକୁ ବିଭିନ୍ନ ଉପାୟରେ ଘୁଞ୍ଚାଇବା) ବୁଝାଇବି। କୌଣସି ବସ୍ତୁକୁ ଠେଲିବା ବା ଟାଣିବାକୁ ବିଜ୍ଞାନରେ 'ବଳ' (Force) କୁହାଯାଏ ଏବଂ ଏହାର SI ଏକକ 'ନିଉଟନ' (Newton - N) ବୋଲି ବୁଝାଇବି।
  • ଅଭ୍ୟାସ (Abhyas): ବଳର ସଂଜ୍ଞା ଏବଂ ଏହାର ଏକକ ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ଦୈନନ୍ଦିନ ଜୀବନରେ ଆମେ କରୁଥିବା ବିଭିନ୍ନ କାମ (ଯଥା- ଦାବା ଖେଳିବା, କବାଟ ଖୋଲିବା) ମଧ୍ୟରେ ଠେଲିବା ଓ ଟାଣିବାକୁ ଅଲଗା କରି ଦେଖିବେ।
  • ପ୍ରସାର (Prasar): ସାଙ୍ଗମାନଙ୍କ ସହିତ ଆଲୋଚନା କରିବେ ଯେ କିପରି ପ୍ରତ୍ୟେକ କାର୍ଯ୍ୟରେ କିଛି ନା କିଛି ବଳ ପ୍ରୟୋଗ ହୋଇଥାଏ।

ଦ୍ୱିତୀୟ ଦିନ (Period 2): ବଳ ପ୍ରୟୋଗର ପ୍ରଭାବ (ବସ୍ତୁ ଉପରେ ଏହାର କାର୍ଯ୍ୟ)

  • ଅଧୀତି (Adhiti): ଗୋଟିଏ ଚଳନ୍ତା ସାଇକେଲ୍ କିମ୍ବା ଫୁଟ୍‌ବଲ୍ ଉପରେ ବଳ ପ୍ରୟୋଗ କଲେ କ’ଣ ହୁଏ? ପିଲାମାନଙ୍କୁ ପଚାରିବି।
  • ବୋଧ (Bodh): ସାରଣୀ ୫.୧ ର ବିଶ୍ଳେଷଣ କରି ବୁଝାଇବି ଯେ ବଳ ପ୍ରୟୋଗ ଦ୍ୱାରା ବସ୍ତୁର ସ୍ଥିତି (ସ୍ଥିରରୁ ଗତି କିମ୍ବା ଗତିରୁ ସ୍ଥିର), ବେଗର ପରିବର୍ତ୍ତନ, ଗତିର ଦିଗ ପରିବର୍ତ୍ତନ ଏବଂ ଆକାରରେ ପରିବର୍ତ୍ତନ (ଯଥା- ବେଲୁନ୍ ଦବାଇବା) ଘଟିଥାଏ।
  • ଅଭ୍ୟାସ (Abhyas): ବଳ ପ୍ରୟୋଗର ୪ଟି ମୁଖ୍ୟ ପ୍ରଭାବ ଖାତାରେ ତାଲିକାଭୁକ୍ତ କରିବେ।
  • ପ୍ରୟୋଗ (Prayog): କ୍ରିକେଟ୍ ଖେଳରେ ବ୍ୟାଟ୍ ଦ୍ୱାରା ବଲ୍‌ର ଦିଗ ବଦଳାଇବା କିମ୍ବା ସାଇକେଲ୍ ବ୍ରେକ୍ ଦେଇ ଅଟକାଇବା ଉଦାହରଣ ଦେଇ ବୁଝିବେ।
  • ପ୍ରସାର (Prasar): ବଳର ଏହି ପ୍ରଭାବଗୁଡ଼ିକୁ ନେଇ ନିଜ ଅଭିଜ୍ଞତାରୁ ଆଉ କିଛି ନୂଆ ଉଦାହରଣ ସାଙ୍ଗମାନଙ୍କୁ କହିବେ।

ତୃତୀୟ ଦିନ (Period 3): ସଂସ୍ପର୍ଶ ବଳ (ମାଂସପେଶୀୟ ବଳ ଓ ଘର୍ଷଣ ବଳ)

  • ଅଧୀତି (Adhiti): ଆମେ ଗୋଟିଏ ବସ୍ତୁକୁ ଛୁଇଁଲା ବିନା ତାହାକୁ ଠେଲି ପାରିବା କି? ପଚାରିବି।
  • ବୋଧ (Bodh): ସଂସ୍ପର୍ଶ ବଳ (Contact Force) ର ସଂଜ୍ଞା ଦେଇ ମାଂସପେଶୀୟ ବଳ (Muscular Force) ଏବଂ ଘର୍ଷଣ ବଳ (Friction Force) ସମ୍ପର୍କରେ ବୁଝାଇବି। କାର୍ଯ୍ୟ ୫.୩ ଓ ୫.୪ (ବସ୍ତୁକୁ ଟେବୁଲ୍ ଉପରେ ଗଡ଼ାଇବା ଓ ବିଭିନ୍ନ ପୃଷ୍ଠର ପ୍ରଭାବ) ମାଧ୍ୟମରେ ରୁକ୍ଷ ପୃଷ୍ଠରେ ଘର୍ଷଣ କାହିଁକି ଅଧିକ ହୁଏ ତାହା ବୁଝାଇବି।
  • ଅଭ୍ୟାସ (Abhyas): ସଂସ୍ପର୍ଶ ବଳର ପ୍ରକାରଭେଦ ଏବଂ ଘର୍ଷଣ ବଳର ଦିଗ ସମ୍ପର୍ଷରେ ଲେଖିବେ।
  • ପ୍ରୟୋଗ (Prayog): ଓଦା ପୃଷ୍ଠରେ କାହିଁକି ଗୋଡ଼ ଖସିଯାଏ (ଘର୍ଷଣ କମିଯିବାରୁ) ତାହାର ବୈଜ୍ଞାନିକ କାରଣ ବୁଝିବେ।
  • ପ୍ରସାର (Prasar): ଗାଡ଼ିର ଚକ ଏବଂ जुତାର तल (sole) କାହିଁକି ଖାଲଖମା ବା ଡିଜାଇନ୍ ହୋଇଥାଏ, ତାହା ପରିବାରରେ ଆଲୋଚନା କରିବେ।

ଚତୁର୍ଥ ଦିନ (Period 4): ଅଣ-ସଂସ୍ପର୍ଶ ବଳ (ଚୁମ୍ବକୀୟ ଓ ସ୍ଥିର-ବୈଦ୍ୟୁତିକ ବଳ)

  • ଅଧୀତି (Adhiti): ଦୁଇଟି ଚୁମ୍ବକ ପରସ୍ପରକୁ ନ ଛୁଇଁ କିପରି ଆକର୍ଷଣ ବା ବିକର୍ଷଣ କରନ୍ତି? ପଚାରିବି।
  • ବୋଧ (Bodh): ଅଣ-ସଂସ୍ପର୍ଶ ବଳ (Non-contact Force) ର ଧାରଣା ଦେଇ ଚୁମ୍ବକୀୟ ବଳ (କାର୍ଯ୍ୟ ୫.୫) ଏବଂ ସ୍ଥିର-ବୈଦ୍ୟୁତିକ ବଳ (କାର୍ଯ୍ୟ ୫.୬ ଓ ୫.୭ - ପ୍ଲାଷ୍ଟିକ୍ ନଳୀ ବା ବେଲୁନ୍ ଘଷି କାଗଜ ଖଣ୍ଡକୁ ଟାଣିବା) ବୁଝାଇବି। ସମାନ ଚାର୍ଜ ବିକର୍ଷଣ ଓ ବିପରୀତ ଚାର୍ଜ ଆକର୍ଷଣ କରନ୍ତି ବୋଲି ବୁଝାଇବି।
  • ଅଭ୍ୟାସ (Abhyas): ଅଣ-ସଂସ୍ପର୍ଶ ବଳର ଉଦାହରଣ ଏବଂ ସ୍ଥିର ଚାର୍ଜର ପ୍ରକାର (ସୁଧାତ୍ମକ ଓ ବିଯୁକ୍ତାତ୍ମକ) ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ପ୍ଲାଷ୍ଟିକ୍ ପାନୀୟ ନଳୀକୁ ପଲିଥିନ୍ରେ ଘଷି କାଗଜ ଖଣ୍ଡ ଉପରେ ପରୀକ୍ଷା କରି ନିଜେ ଦେଖିବେ।
  • ପ୍ରସାର (Prasar): ଶୁଖିଲା କେଶରେ ପ୍ଲାଷ୍ଟିକ୍ ପାନୀୟ ନଳୀ ବା ମହମବତି କାଠି ଘଷି କାଗଜ ଖଣ୍ଡ ଟାଣିବାର ମଜା ସାଙ୍ଗମାନଙ୍କୁ ଦେଖାଇବେ।

ପଞ୍ଚମ ଦିନ (Period 5): ମହାକର୍ଷଣ ବଳ (Gravity) ଓ ଓଜନ

  • ଅଧୀତି (Adhiti): ଆମେ ଯେତେବେଳେ କୌଣସି ଜିନିଷକୁ ଉପରକୁ ଫିଙ୍ଗୁ, ତାହା କାହିଁକି ତଳକୁ ଖସିଆସେ? ପଚାରିବି।
  • ବୋଧ (Bodh): ମହାକର୍ଷଣ ବଳ ଏବଂ ପୃଥିବୀର ମାଧ୍ୟାକର୍ଷଣ ବଳ (Force of Gravity) ସମ୍ପର୍କରେ ବୁଝାଇବି। ଓଜନ (Weight) କ’ଣ ଏବଂ ଏହା ପୃଥିବୀର ଆକର୍ଷଣ ବଳ ବୋଲି ସ୍ପଷ୍ଟ କରିବି। ଓଜନର SI ଏକକ ମଧ୍ୟ ନିଉଟନ (N) ବୋଲି ଜଣାଇବି।
  • ଅଭ୍ୟାସ (Abhyas): ମହାକର୍ଷଣ ବଳର ସଂଜ୍ଞା ଏବଂ ଓଜନର ଏକକ ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ପାହାଡ଼ ଶିଖରରୁ ତଳକୁ ଗଡ଼ିବା ସମୟରେ କିମ୍ବା ଆକାଶରୁ ଖସିବା ସମୟରେ ମାଧ୍ୟାକର୍ଷଣର ପ୍ରଭାବ ଅନୁଭବ କରିବେ।
  • ପ୍ରସାର (Prasar): ଚନ୍ଦ୍ର ବା ଅନ୍ୟ ଗ୍ରହରେ ମାଧ୍ୟାକର୍ଷଣ ବଳ କମ୍ ବା ଅଧିକ ଥିବାରୁ ଓଜନ କିପରି ବଦଳେ (ସାରଣୀ ଆଧାରରେ) ତାହା ଆଲୋଚନା କରିବେ।

ଷଷ୍ଠ ଦିନ (Period 6): ସ୍ପ୍ରିଙ୍ଗ ନିକିତି (Spring Balance) ଦ୍ୱାରା ଓଜନ ଓ ବସ୍ତୁତ୍ୱ ମାପ

  • ଅଧୀତି (Adhiti): ଗୋଟିଏ ବସ୍ତୁର ଓଜନକୁ ଆମେ କେଉଁ ଯନ୍ତ୍ରରେ ମାପିବା? ପିଲାମାନଙ୍କୁ ପଚାରିବି।
  • ବୋଧ (Bodh): ସ୍ପ୍ରିଙ୍ଗ ନିକିତି (Spring Balance) ର ଗଠନ, ଏହାର ପରିସର (Range) ଏବଂ ସବୁଠାରୁ କ୍ଷୁଦ୍ର ମୂଲ୍ୟ (Least count ଗଣନା) କିପରି କରାଯାଏ ତାହା ବୋର୍ଡ଼ରେ ବୁଝାଇବି (କାର୍ଯ୍ୟ ୫.୧୦, ୫.୧୧, ୫.୧୨)। ବସ୍ତୁତ୍ୱ (Mass - kg) ଏବଂ ଓଜନ (Weight - N) ମଧ୍ୟରେ ପାର୍ଥକ୍ୟ ବୁଝାଇବି।
  • ଅଭ୍ୟାସ (Abhyas): ସ୍ପ୍ରିଙ୍ଗ ନିକିତିର ସର୍ବନିମ୍ନ ମୂଲ୍ୟ ଗଣନା କରିବାର ପ୍ରଣାଳୀ ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ପେନ୍‌ସିଲ୍ ବାକ୍ସ କିମ୍ବା ପାଣି ବୋତଲକୁ ସ୍ପ୍ରିଙ୍ଗ ନିକିତିରେ ଝୁଲାଇ ତାହାର ଓଜନ (ନିଉଟନ୍ରେ) ମାପିବେ।
  • ପ୍ରସାର (Prasar): ଦୈନନ୍ଦିନ ଜୀବନରେ ଆମେ କିଲେୋଗ୍ରାମକୁ ଓଜନ ବୋଲି କହୁଥିଲେ ହେଁ ବୈଜ୍ଞାନିକ ଭାବରେ ଏହା ବସ୍ତୁତ୍ୱ ବୋଲି ପରିବାରକୁ ବୁଝାଇବେ।

ସପ୍ତମ ଦିନ (Period 7): ଭାସିବା ଓ ବୁଡ଼ିବା (ଊର୍ଦ୍ଧ୍ୱବଳ ବା ପ୍ଲବତା - Upthrust/Buoyant Force)

  • ଅଧୀତି (Adhiti): ପାଣି ଭିତରେ ଖାଲି ପ୍ଲାଷ୍ଟିକ୍ ବୋତଲକୁ ଠେଲିଲେ ତାହା କାହିଁକି ଉପରକୁ ଉଠିଆସେ? ପଚାରିବି।
  • ବୋଧ (Bodh): ଊର୍ଦ୍ଧ୍ୱବଳ ବା ପ୍ଲବତା (Buoyant Force) ର ସଂଜ୍ଞା ଦେବି (କାର୍ଯ୍ୟ ୫.୧୩)। ମାଧ୍ୟାକର୍ଷଣ ବଳ ଠାରୁ ଊର୍ଦ୍ଧ୍ୱବଳ ଅଧିକ ହେଲେ ବସ୍ତୁ ଭାସେ ଏବଂ କମ୍ ହେଲେ ବୁଡ଼ିଯାଏ ବୋଲି ବୁଝାଇବି। ଆର୍କିମିଡ଼ିସ୍ ନୀତି (Archimedes' Principle) ସମ୍ପର୍କରେ ସଂକ୍ଷିପ୍ତ ଧାରଣା ଦେବି।
  • ଅଭ୍ୟାସ (Abhyas): ଊର୍ଦ୍ଧ୍ୱବଳ ବା ପ୍ଲବତା କ’ଣ ତାହା ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ପାଣିରେ ମୁଦ୍ରା ବୁଡ଼ିଯିବା ଏବଂ କାଠ ଖଣ୍ଡ ଭାସିବା ପଛର କାର୍ଯ୍ୟକାରୀ ବଳଗୁଡ଼ିକୁ ତୁଳନା କରିବେ।
  • ପ୍ରସାର (Prasar): ଆଗ୍ନେୟଗିରିରୁ ବାହାରୁଥିବା 'ପ୍ଯୁମିସ୍' (Pumice) ପଥର କାହିଁକି ପାଣିରେ ଭାସେ, ତାହା ସାଙ୍ଗମାନଙ୍କୁ କହିବେ।

ଅଷ୍ଟମ ଦିନ (Period 8): ଅଧ୍ୟାୟଗତ ପ୍ରଶ୍ନୋତ୍ତର ଓ ସମାଧାନ

  • ଅଧୀତି (Adhiti): ଅଧ୍ୟାୟ ଶେଷରେ ଥିବା ଜିଜ୍ଞାସା ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରାଇବି।
  • ବୋଧ (Bodh): ଅଭ୍ୟାସର ପ୍ରଶ୍ନ ନଂ ୧ (ସ୍ତମ୍ଭ ମିଳନ), ପ୍ରଶ୍ନ ନଂ ୫ (ବଲ୍ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ - ଉପରକୁ ଯିବା, ସର୍ବୋଚ୍ଚ ସ୍ଥାନ ଓ ତଳକୁ ଖସିବା ସମୟରେ) ଏବଂ ପ୍ରଶ୍ନ ନଂ ୯ (ଚନ୍ଦ୍ର ଓ ପୃଥିବୀରେ ଓଜନ ପାର୍ଥକ୍ୟ) କୁ ବୋର୍ଡ଼ରେ ବୁଝାଇ ସମାଧାନ କରିବି।
  • ଅଭ୍ୟାସ (Abhyas): ପିଲାମାନେ ନିଜ ଖାତାରେ ସମସ୍ତ ଅଭ୍ୟାସ ପ୍ରଶ୍ନର ସଠିକ୍ ଉତ୍ତର ଲେଖିବେ।
  • ପ୍ରୟୋଗ (Prayog): ବିଭିନ୍ନ ଅବସ୍ଥାରେ ବସ୍ତୁ ଉପରେ କାର୍ଯ୍ୟ କରୁଥିବା ବଳଗୁଡ଼ିକର ଦିଗକୁ ଚିତ୍ର ଦ୍ୱାରା ବୁଝାଇବେ।
  • ପ୍ରସାର (Prasar): ଏହି ପ୍ରଶ୍ନୋତ୍ତରଗୁଡ଼ିକୁ ସାଙ୍ଗମାନଙ୍କ ସହ ମିଶି ଆଲୋଚନା କରି ଜ୍ଞାନ ଆଦାନପ୍ରଦାନ କରିବେ।

ନବମ ଦିନ (Period 9): ପ୍ରକଳ୍ପ କାର୍ଯ୍ୟ (ସ୍ପ୍ରିଙ୍ଗ ନିକିତି ତିଆରି ଓ କାଲିବ୍ରେସନ୍)

  • ଅଧୀତି (Adhiti): ଆମେ କ’ଣ ଘରେ ମିଳୁଥିବା ସାଧାରଣ ଜିନିଷ ଦେଇ ନିଜର ଏକ ସ୍ପ୍ରିଙ୍ଗ ନିକିତି ତିଆରି କରିପାରିବା? ପଚାରିବି।
  • ବୋଧ (Bodh): 'ଆବିଷ୍କାର, ଡିଜାଇନ୍ ଏବଂ ବିତର୍କ କର' ଅନ୍ତର୍ଗତ ନିଜର ସ୍ପ୍ରିଙ୍ଗ ନିକିତି ପ୍ରସ୍ତୁତ କରିବା ଏବଂ ମାନକ ଓଜନ ବ୍ୟବହାର କରି ଏହାକୁ ଅଂଶାଙ୍କନ (Calibration) କରିବାର ପଦ୍ଧତି ବୁଝାଇବି।
  • ଅଭ୍ୟାସ (Abhyas): ସ୍ପ୍ରିଙ୍ ନିକିତି ତିଆରିର ପଦ୍ଧତି ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ପରୀକ୍ଷାଗାରରେ ସ୍ପ୍ରିଙ୍ଗ, ସୁତା ଓ ହୁକ୍ ବ୍ୟବହାର କରି ଏକ କ୍ଷୁଦ୍ର ନିକିତି ପ୍ରସ୍ତୁତ କରିବାର ପ୍ରୟାସ କରିବେ।
  • ପ୍ରସାର (Prasar): ନିଜେ ତିଆରି କରିଥିବା ନିକିତିରେ ବିଭିନ୍ନ ଛୋଟ ଜିନିଷର ଓଜନ ମାପି ସାଙ୍ଗମାନଙ୍କୁ ଦେଖାଇବେ।

ଦଶମ ଦିନ (Period 10): ବିତର୍କ (ଘର୍ଷଣ - ଏକ ଆବଶ୍ୟକତା ନା ଏକ ସମସ୍ୟା?) ଓ ମୂଲ୍ୟାୟନ

  • ଅଧୀତି (Adhiti): ଯଦି ପୃଥିବୀରେ ଘର୍ଷଣ ନଥାନ୍ତା, ତେବେ କ’ଣ ହୋଇଥାନ୍ତା? ପିଲାମାନଙ୍କୁ ପଚାରିବି।
  • ବୋଧ (Bodh): ଶ୍ରେଣୀରେ “ଘର୍ଷଣ- ଏକ ଆବଶ୍ୟକତା ନା ଏକ ସମସ୍ୟା?” ବିଷୟ ଉପରେ ଏକ କ୍ଷୁଦ୍ର ଆଲୋଚନା/ବିତର୍କ ଆୟୋଜନ କରିବି। ଘର୍ଷଣ କେଉଁଠାରେ ଅତି ଜରୁରୀ (ଲେଖିବା, ଚାଲିବା, ଗାଡ଼ି ରୋକିବା) ଏବଂ କେଉଁଠାରେ କ୍ଷତିକାରକ (ଯନ୍ତ୍ରପାତିରେ ଘର୍ଷଣ ଯଗୁଁ ତାପ ସୃଷ୍ଟି ଓ କ୍ଷୟ) ତାହା ସ୍ପଷ୍ଟ କରିବି।
  • ଅଭ୍ୟାସ (Abhyas): ଆଲୋଚନାରୁ ମୁଖ୍ୟ ପଏଣ୍ଟଗୁଡ଼ିକୁ ଖାତାରେ ଟିପି ରଖିବେ।
  • ପ୍ରୟୋଗ (Prayog): ଦୈନନ୍ଦିନ ଜୀବନରେ ଘର୍ଷଣର ଉପକାରିତା ଓ ଅପକାରିତାକୁ ଚିହ୍ନିବେ।
  • ପ୍ରସାର (Prasar): "ବଳ ଏବଂ ଘର୍ଷଣ ବିନା ଜଗତର କଳ୍ପନା ଅସମ୍ଭବ"—ଏହି ମୂଲ୍ୟବୋଧକୁ ନେଇ ଅଧ୍ୟାୟର ସମାପ୍ତି କରିବେ।