୧. ଏକେନ ବାକ୍ୟେନ ସଂସ୍କୃତଭାଷୟା ମାତୃଭାଷୟା ବା ଉତ୍ତରଂ ଲିଖତ ।
(ଗୋଟିଏ ବାକ୍ୟରେ ସଂସ୍କୃତ
ଭାଷାରେ କିମ୍ବା ମାତୃଭାଷାରେ ଉତ୍ତର ଲେଖ ।)
(କ) କିଂ ନାମ ଅନୁଶାସନମ୍ ?
- ଓଡ଼ିଆ ଅର୍ଥ: ଅନୁଶାସନ କାହାକୁ
କୁହାଯାଏ?
- ଉତ୍ତର (ସଂସ୍କୃତ): ପରିବାରସ୍ୟ ସମାଜସ୍ୟ
ବିଦ୍ୟାଳୟସ୍ୟ ସମ୍ବିଧାନସ୍ୟ ସଂସଦଃ ସେନାୟାଃ ଚାପି ନିୟମାନାଂ ପରିପାଳନମ୍ ଅନୁଶାସନମିତି
କଥ୍ୟତେ ।
- ଉତ୍ତର (ଓଡ଼ିଆ): ପରିବାର, ସମାଜ, ବିଦ୍ୟାଳୟ, ସମ୍ବିଧାନ, ସଂସଦ ଏବଂ ସେନାର
ନିୟମଗୁଡ଼ିକୁ ପାଳନ କରିବାକୁ ଅନୁଶାସନ କୁହାଯାଏ ।
(ଖ) କେ ଅନୁଶାସନସ୍ୟ ପରିଚୟଂ
ପ୍ରୟଚ୍ଛନ୍ତି ?
- ଓଡ଼ିଆ ଅର୍ଥ: କେଉଁମାନେ ଅନୁଶାସନର
ପରିଚୟ ପ୍ରଦାନ କରନ୍ତି?
- ଉତ୍ତର (ସଂସ୍କୃତ): ସୂର୍ଯ୍ୟଃ ଚନ୍ଦ୍ରଃ
ତାରକାଃ ଚ ନିୟମିତସମୟେ ପ୍ରକଟୀଭୂୟ ଅନୁଶାସନସ୍ୟ ପରିଚୟଂ ପ୍ରୟଚ୍ଛନ୍ତି ।
- ଉତ୍ତର (ଓଡ଼ିଆ): ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରକାମାନେ
ନିୟମିତ ସମୟରେ ପ୍ରକଟ ହୋଇ ଅନୁଶାସନର ପରିଚୟ ପ୍ରଦାନ କରନ୍ତି ।
(ଗ) ପରିବାରସ୍ୟ କେ ନିୟମାଃ
ଭବନ୍ତି ?
- ଓଡ଼ିଆ ଅର୍ଥ: ପରିବାରର ନିୟମଗୁଡ଼ିକ କଣ
ଅଟେ?
- ଉତ୍ତର (ସଂସ୍କୃତ): ଗୁରୂଣାମାଜ୍ଞାପାଳନଂ
ବୃଦ୍ଧାନାଂ ସେବାକରଣଂ ବିପତ୍ତୌ ସହାୟତାପ୍ରଦାନମ୍ ଇତ୍ୟାଦୟଃ ପରିବାରସ୍ୟ ନିୟମାଃ ଭବନ୍ତି
।
- ଉତ୍ତର (ଓଡ଼ିଆ): ଗୁରୁଜନମାନଙ୍କର ଆଜ୍ଞା
ପାଳନ କରିବା, ବୃଦ୍ଧମାନଙ୍କର ସେବା
କରିବା ଏବଂ ବିପଦ ସମୟରେ ସାହାଯ୍ୟ କରିବା ଇତ୍ୟାଦି ପରିବାରର ନିୟମ ଅଟେ ।
୨. ଏକେନ ପଦେନ ସଂସ୍କୃତଭାଷୟା ମାତୃଭାଷୟା ବା ଉତ୍ତରଂ ଲିଖତ ।
(ଗୋଟିଏ ପଦରେ ସଂସ୍କୃତ ଭାଷାରେ
କିମ୍ବା ମାତୃଭାଷାରେ ଉତ୍ତର ଲେଖ ।)
(କ) ସକଲା ସୃଷ୍ଟିଃ କିମନୁସରତି ?
- ଓଡ଼ିଆ ଅର୍ଥ: ସମଗ୍ର ସୃଷ୍ଟି କାହାକୁ
ଅନୁସରଣ କରେ?
- ଉତ୍ତର (ସଂସ୍କୃତ): ଅନୁଶାସନମ୍
- ଉତ୍ତର (ଓଡ଼ିଆ): ଅନୁଶାସନକୁ
(ଖ) ଏକସ୍ମିନ୍ ମାସେ କେ ନ
ଆୟାନ୍ତି ?
- ଓଡ଼ିଆ ଅର୍ଥ: ଗୋଟିଏ ମାସରେ କେଉଁମାନେ
ଆସନ୍ତି ନାହିଁ?
- ଉତ୍ତର (ସଂସ୍କୃତ): ଋତବଃ
- ଉତ୍ତର (ଓଡ଼ିଆ): ଋତୁଗୁଡ଼ିକ
(ଗ) ଯାତ୍ରାପତ୍ରଗ୍ରହଣସମୟେ
କୁତ୍ର ସ୍ଥାତବ୍ୟମ୍ ?
- ଓଡ଼ିଆ ଅର୍ଥ: ଟିକେଟ୍ (ଯାତ୍ରାପତ୍ର)
ନେବା ସମୟରେ କେଉଁଠି ଠିଆ ହେବା ଉଚିତ?
- ଉତ୍ତର (ସଂସ୍କୃତ): ପଂକ୍ତୌ
- ଉତ୍ତର (ଓଡ଼ିଆ): ଧାଡ଼ିରେ (ଲାଇନରେ)
(ଘ) ଗୁରୂଣାମାଜ୍ଞାପାଳନଂ କସ୍ୟ
ନିୟମୋ ଭବତି ?
- ଓଡ଼ିଆ ଅର୍ଥ: ଗୁରୁଜନମାନଙ୍କର ଆଜ୍ଞା
ପାଳନ କରିବା କାହାର ନିୟମ ଅଟେ?
- ଉତ୍ତର (ସଂସ୍କୃତ): ପରିବାରସ୍ୟ
- ଉତ୍ତର (ଓଡ଼ିଆ): ପରିବାରର