୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଶୀତଳ ଯୁଦ୍ଧର କାରଣଗୁଡ଼ିକ
ଲେଖ । ଉତ୍ତର: ଦ୍ୱିତୀୟ ବିଶ୍ୱଯୁଦ୍ଧ
ପରେ ଆମେରିକା ଏବଂ ସୋଭିଏତ୍ ରୁଷ୍ ଦୁଇଟି ମହାଶକ୍ତି ଭାବରେ ଉଭା ହୋଇଥିଲେ। ସେମାନେ ବିପରୀତ
ଆଦର୍ଶରେ ବିଶ୍ୱାସ କରୁଥିଲେ;
ରୁଷ୍ ସାମ୍ୟବାଦୀ ଏବଂ ଆମେରିକା
ପୁଞ୍ଜିବାଦୀ ଆଦର୍ଶର ପୃଷ୍ଠପୋଷକ ଥିଲା। ପୂର୍ବ ଇଉରୋପୀୟ ଦେଶମାନଙ୍କରେ ସୋଭିଏତ୍ ପ୍ରଭାବ
ବୃଦ୍ଧି ଏବଂ ବିଶ୍ୱ ରାଜନୀତିରେ ନିଜ ନିଜର ପ୍ରଭାବ ବିସ୍ତାର ନିମନ୍ତେ ଉଭୟଙ୍କ ମଧ୍ୟରେ ସନ୍ଦେହ, ଈର୍ଷା ଓ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା
ସୃଷ୍ଟି ହୋଇଥିଲା। ଏହି କୂଟନୈତିକ ଏବଂ ଆଦର୍ଶଗତ ଦ୍ୱନ୍ଦ୍ୱ ହିଁ ଶୀତଳ ଯୁଦ୍ଧର ମୁଖ୍ୟ କାରଣ
ଥିଲା।
(ଖ) ଶୀତଳ ଯୁଦ୍ଧ କିପରି ପ୍ରସାର
ଲାଭ କରିଥିଲା ? ଉତ୍ତର: ଦ୍ୱିତୀୟ ବିଶ୍ୱଯୁଦ୍ଧ
ପରେ ପୂର୍ବ ଇଉରୋପୀୟ ରାଷ୍ଟ୍ରମାନଙ୍କରେ ଏବଂ ଚୀନ୍ରେ ସୋଭିଏତ୍ ରୁଷ୍ର ପ୍ରଭାବ ବୃଦ୍ଧି
ପାଇଲା। ଜର୍ମାନୀ ବିଭାଜନ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ଶାସନ ଆସିଲା। ରୁଷ୍ ଏହାପରେ
ପଶ୍ଚିମ ଇଉରୋପ ଆଡ଼େ ଦୃଷ୍ଟି ନିକ୍ଷେପ କଲା। ଇଟାଲୀ, ଫ୍ରାନ୍ସ, ଗ୍ରୀସ୍ ଓ ତୁର୍କୀ ଆଦି ଦେଶରେ
ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ବିପର୍ଯ୍ୟୟର ସୁଯୋଗ ନେଇ ସାମ୍ୟବାଦୀମାନେ ନିଜର ପ୍ରଭାବ ଓ ଅଧିକାର
ବିସ୍ତାର ପାଇଁ ଯୋଜନା କରିବା ଫଳରେ ଏହି ଯୁଦ୍ଧ ବିଶ୍ୱବ୍ୟାପୀ ପ୍ରସାର ଲାଭ କରିଥିଲା।
(ଗ) ଟୁମାନ୍ ନୀତି କ’ଣ ? ଏହି ନୀତି ଦ୍ଵାରା
ଯୁକ୍ତରାଷ୍ଟ୍ର ଆମେରିକା କିପରି ଗ୍ରୀସ୍ ଓ ତୁର୍କୀର ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିଥ୍ଲା
? ଉତ୍ତର: ୧୯୪୭ ମସିହା ମାର୍ଚ୍ଚ
୧୨ରେ ଆମେରିକା ରାଷ୍ଟ୍ରପତି ଟ୍ରୁମାନ୍ କଂଗ୍ରେସର ମିଳିତ ଅଧିବେଶନରେ ଯେଉଁ ଅଭିଭାଷଣ ଦେଇଥିଲେ ତାହା
'ଟ୍ରୁମାନ୍ ନୀତି' ନାମରେ ପରିଚିତ। ଏହି ନୀତି
ବଳରେ ଆମେରିକା ଗ୍ରୀସ୍ ଓ ତୁର୍କୀକୁ ସାମରିକ ଓ ଆର୍ଥିକ ସାହାଯ୍ୟ ପାଇଁ ୪୦୦ ନିୟୁତ ଡଲାର୍
ମଞ୍ଜୁର କରିଥିଲା। ଏହି ବିପୁଳ ସହାୟତା ଫଳରେ ୧୯୫୦ ସୁଦ୍ଧା ଗ୍ରୀସ୍ରୁ ସାମ୍ୟବାଦୀ ଗରିଲାମାନେ
ପ୍ରତିହତ ହେଲେ ଏବଂ ତୁର୍କୀରେ ମଧ୍ୟ ଅବସ୍ଥାରେ ଆଶାତୀତ ଉନ୍ନତି ଘଟି ସାମ୍ୟବାଦର ପ୍ରସାର
ବାଧାପ୍ରାପ୍ତ ହେଲା।
(ଘ) ଯୁକ୍ତରାଷ୍ଟ୍ର ଆମେରିକା
କେବେ ଓ କାହିଁକି ମାର୍ଶାଲ ଯୋଜନା ପ୍ରବର୍ତ୍ତନ କରିଥିଲା ? ଏହାଦ୍ଵାରା ତାକୁ କି ସଫଳତା
ମିଳିଥୁଲା ? ଉତ୍ତର: ୧୯୪୭ ମସିହା ଜୁନ୍ ୫
ତାରିଖରେ ଆମେରିକା ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା। ଯୁଦ୍ଧବିଧ୍ୱସ୍ତ ଇଉରୋପୀୟ
ରାଷ୍ଟ୍ରମାନଙ୍କର ଅର୍ଥନୈତିକ ଉନ୍ନତି ଆଣିବା ଏବଂ ସେହି ଦେଶଗୁଡ଼ିକରେ ସାମ୍ୟବାଦର ପ୍ରସାରକୁ
ପ୍ରତିହତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଯୋଜନା ମାଧ୍ୟମରେ ଆମେରିକା ଇଉରୋପୀୟ
ଦେଶଗୁଡ଼ିକୁ ବିପୁଳ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଅର୍ଥନୈତିକ ବିପର୍ଯ୍ୟୟରୁ
ଉଦ୍ଧାର କରିବାରେ ଏବଂ ସାମ୍ୟବାଦର ପ୍ରଭାବରୁ ରକ୍ଷା କରିବାରେ ବହୁଳ ସଫଳତା ହାସଲ କରିଥିଲା।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ।
(କ) କେଉଁ ଉଦ୍ଦେଶ୍ୟରେ ଶୀତଳ
ଯୁଦ୍ଧ ଶବ୍ଦ ବ୍ୟବହାର କରାଯାଇଥୁଲା ? ଉତ୍ତର: ଦ୍ୱିତୀୟ ବିଶ୍ୱଯୁଦ୍ଧ
ପରେ ସାମ୍ୟବାଦୀ ରୁଷ୍ ଏବଂ ପୁଞ୍ଜିବାଦୀ ଆମେରିକା ମଧ୍ୟରେ ଥିବା କ୍ରମାଗତ ଉତ୍ତେଜନା ଓ
ଦ୍ୱନ୍ଦ୍ୱପୂର୍ଣ୍ଣ ସମ୍ପର୍କକୁ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହୃତ ହୋଇଥିଲା।
(ଖ) ଶୀତଳ ଯୁଦ୍ଧ କାହାକୁ
କୁହାଯାଏ ? ଉତ୍ତର: ଶୀତଳ ଯୁଦ୍ଧ
ପ୍ରତ୍ୟକ୍ଷ ଅସ୍ତ୍ରଶସ୍ତ୍ରର ଯୁଦ୍ଧ ନୁହେଁ। ଏହା ହେଉଛି ଆଦର୍ଶଗତ ବିଭେଦ, ଅପପ୍ରଚାର ଏବଂ କୂଟନୀତିସ୍ତରୀୟ
ତୀବ୍ର ପ୍ରତିଦ୍ୱନ୍ଦ୍ୱିତା।
(ଗ) ଦ୍ଵିତୀୟ ବିଶ୍ୱ ଯୁଦ୍ଧ ପରେ
କେଉଁ ସବୁ ଦେଶରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ? ଉତ୍ତର: ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍ଗେରିଆ, ଆଲ୍ବାନିଆ, ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ, ପୂର୍ବ ଜର୍ମାନୀ ଏବଂ ଚୀନ୍ ଆଦି
ଦେଶରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା।
(ଘ) ୧୯୪୯ ମସିହାରେ କେଉଁ ଦେଶରେ
ଓ କାହା ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ? ଉତ୍ତର: ୧୯୪୯ ମସିହାରେ ଚୀନ୍ ଦେଶରେ ମାଓ ସେ ତୁଙ୍ଗଙ୍କ ନେତୃତ୍ୱରେ
ଗଣବିପ୍ଳବ ମାଧ୍ୟମରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା।
(ଙ) ସୋଭିଏତ୍ ରୁଷ୍ର କେଉଁ
ପ୍ରକାର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ
ଆଶଙ୍କା ପ୍ରକାଶ କରିଥିଲେ ? ଉତ୍ତର: ପୂର୍ବ ଇଉରୋପକୁ ନିଜ
ପ୍ରଭାବରେ ଆଣିବା ପରେ ସୋଭିଏତ୍ ରୁଷ୍ ପଶ୍ଚିମ ଇଉରୋପ ଆଡ଼କୁ ନିଜର ପ୍ରଭାବ ବିସ୍ତାର କରିବା
ଆରମ୍ଭ କରିବାରୁ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ।
(ଚ) ୧୯୪୬ ମସିହା ଡିସେମ୍ବର
ମାସରେ ଗ୍ରୀସ୍ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ କେଉଁଠାରେ ଓ କାହିଁକି ଅଭିଯୋଗ
ଉପସ୍ଥାପନ କରିଥିଲା ? ଉତ୍ତର: ପଡ଼ୋଶୀ ସାମ୍ୟବାଦୀ
ରାଷ୍ଟ୍ରମାନେ ଗରିଲାମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଗ୍ରୀସ୍ରେ ଗୃହଯୁଦ୍ଧ ସୃଷ୍ଟି
କରାଇଥିବାରୁ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ
କରିଥିଲା।
(ଛ) ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ
ତୁର୍କୀର ଅବସ୍ଥା ଉଦ୍ବେଗଜନକ ହୋଇପଡ଼ିଥିଲା କାହିଁକି ? ଉତ୍ତର: ରୁଷ୍ ତୁର୍କୀ ସହ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନକରିବା, ତାର ପ୍ରଦେଶ ଉପରେ କର୍ତ୍ତୃତ୍ୱ
ଜାହିର କରିବା ଏବଂ ବିଦ୍ରୋହ ପାଇଁ ପ୍ରୋତ୍ସାହିତ କରିବାରୁ ଏଭଳି ଅବସ୍ଥା ଉପୁଜିଥିଲା।
(ଜ) ଟ୍ରୁମାନ୍ ନୀତି କେବେ ଓ
କେଉଁଠାରେ ଉପସ୍ଥାପିତ ହୋଇଥିଲା ? ଉତ୍ତର: ୧୯୪୭ ମସିହା ମାର୍ଚ୍ଚ
୧୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରୁମାନ୍ଙ୍କ ଦ୍ୱାରା ଆମେରିକୀୟ
କଂଗ୍ରେସର ମିଳିତ ଅଧିବେଶନରେ ଏହା ଉପସ୍ଥାପିତ ହୋଇଥିଲା।
(ଝ) ଗ୍ରୀସ୍ ଓ ତୁର୍କୀରେ
ଟ୍ରମାନ୍ ନୀତିର କି ପ୍ରଭାବ ପଡ଼ିଥିଲା ? ଉତ୍ତର: ଏହି ନୀତିର ଆର୍ଥିକ ଓ
ସାମରିକ ସାହାଯ୍ୟ ଫଳରେ ଗ୍ରୀସ୍ରୁ ଗରିଲାମାନେ ପ୍ରତିହତ ହୋଇଥିଲେ ଏବଂ ଉଭୟ ଦେଶରେ ଶାନ୍ତି ଓ
ସ୍ୱାଭାବିକ ଅବସ୍ଥା ଫେରିଆସିଥିଲା।
(ଞ) ସୋଭିଏତ୍ ରୁଷ୍ ମାର୍ଶାଲ୍
ଯୋଜନା ସମ୍ପର୍କରେ କି ପ୍ରତିକ୍ରିୟା ପ୍ରକାଶ କରିଥିଲା ? ଉତ୍ତର: ସୋଭିଏତ୍ ରୁଷ୍ ଏହାକୁ ଆମେରିକାର ହସ୍ତକ୍ଷେପ, ଜାତିସଂଘ ପ୍ରତି
ବିଶ୍ୱାସଘାତକତା ଓ ସାମ୍ରାଜ୍ୟବାଦର ଏକ ନମୁନା ବୋଲି ଅଭିହିତ କରି ତୀବ୍ର ନିନ୍ଦା କରିଥିଲା।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ।
(କ) ଶୀତଳ ଯୁଦ୍ଧ ଶବ୍ଦକୁ
ପ୍ରଥମେ କିଏ ଓ କେବେ ବ୍ୟବହାର କରିଥିଲେ ? ଉତ୍ତର: ‘ଶୀତଳ ଯୁଦ୍ଧ’
ଶବ୍ଦଟିକୁ ପ୍ରଥମେ ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍ (Bernard Baruch) ୧୬ ଏପ୍ରିଲ ୧୯୪୭ ମସିହାରେ
ବ୍ୟବହାର କରିଥିଲେ।
(ଖ) ଶୀତଳ ଯୁଦ୍ଧ ଶବ୍ଦକୁ କିଏ ଓ
କିପରି ଲୋକପ୍ରିୟ କରାଇଥିଲେ ? ଉତ୍ତର: ଆମେରିକାର ବୁଦ୍ଧିଜୀବୀ
ଓ ସାମ୍ବାଦିକ ୱାଲଟର ଲିପମାନ୍ ନିଜ ପୁସ୍ତକରେ ଏହି ଶବ୍ଦଟିକୁ ବ୍ୟବହାର କରି ଏହାକୁ ଜନପ୍ରିୟ
କରାଇଥିଲେ।
(ଗ) ଅଧୂକାଂଶ ଐତିହାସିକ ଶୀତଳ
ଯୁଦ୍ଧ କେବେ ଆରମ୍ଭ ହୋଇଥିଲା ବୋଲି ସହମତ ହୁଅନ୍ତି ? ଉତ୍ତର: ଅଧିକାଂଶ ଐତିହାସିକ ସହମତ ହୁଅନ୍ତି ଯେ ଦ୍ଵିତୀୟ
ବିଶ୍ୱଯୁଦ୍ଧ ପରେ ପରେ ହିଁ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା।
(ଘ) ଶୀତଳ ଯୁଦ୍ଧର ନେତୃତ୍ୱ
ନେଇଥିବା ଦେଶ ଦୁଇଟିର ନାମ ଲେଖ । ଉତ୍ତର: ଶୀତଳ ଯୁଦ୍ଧର ନେତୃତ୍ୱ ନେଇଥିବା ଦୁଇଟି ମହାଶକ୍ତି ହେଉଛନ୍ତି ଯୁକ୍ତରାଷ୍ଟ୍ର
ଆମେରିକା ଏବଂ ସୋଭିଏତ୍ ରୁଷ୍।
(ଙ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ
ପୂର୍ବ ଜର୍ମାନୀରେ କି ପ୍ରକାର ଶାସନ ପ୍ରତିଷ୍ଠିତ ହେଲା ? ଉତ୍ତର: ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ବିଭାଜନ ହୋଇ ପୂର୍ବ
ଜର୍ମାନୀରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହେଲା।
(ଚ) ଗ୍ରୀସ୍ର କେଉଁ ସବୁ ପଡ଼ୋଶୀ
ରାଷ୍ଟ୍ର ସେଠାରେ ଗୃହ ଯୁଦ୍ଧର ସୂତ୍ରପାତ କରାଇଥିଲେ ? ଉତ୍ତର: ଗ୍ରୀସ୍ର ପଡ଼ୋଶୀ ସାମ୍ୟବାଦୀ ରାଷ୍ଟ୍ର ଯଥା- ଯୁଗୋସ୍ଲୋଭିଆ, ବୁଲ୍ଗେରିଆ ଏବଂ ଆଲ୍ବାନିଆ
ସେଠାରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ।
(ଛ) କେବେ ଯୁକ୍ତରାଷ୍ଟ୍ର
ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା ? ଉତ୍ତର: ୧୯୪୭ ମସିହା ଜାନୁୟାରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଏକ
ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା।
(ଜ) ଟ୍ରୁମାନ୍ ନୀତି ଦ୍ବାରା
ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ମଞ୍ଜୁର କରିଥିବା ଆର୍ଥିକ
ସହାୟତାର ପରିମାଣ କେତେ ଥିଲା ? ଉତ୍ତର: ଟ୍ରୁମାନ୍ ନୀତି
ଦ୍ଵାରା ଆମେରିକା କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ସର୍ବମୋଟ ୪୦୦ ନିୟୁତ ଡଲାର୍ ଆର୍ଥିକ
ସହାୟତା ମଞ୍ଜୁର କରିଥିଲା।
(ଝ) କେଉଁ ଦେଶ ଓ କେବେ
ମାର୍ଶାଲ୍ ଯୋଜନା ପ୍ରବର୍ତନ କରିଥୁଲା ? ଉତ୍ତର: ଯୁକ୍ତରାଷ୍ଟ୍ର
ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା।
(ଞ) ଶୀତଳ ଯୁଦ୍ଧ ତୀବ୍ରରୂପ
ଧାରଣ କରିବାରୁ କେଉଁସବୁ ଦେଶରେ ସଂଘର୍ଷ ଉପୁଜିଲା ? ଉତ୍ତର: ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କରିବାରୁ ଜର୍ମାନୀ, କ୍ୟୁବା ଓ କୋରିଆ ଆଦି ଦେଶରେ
ସଂଘର୍ଷ ଉପୁଜିଲା।
୪ . ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍
ଉତ୍ତରଟି ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।
କ. କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥୁଲା ? ଉତ୍ତର: ରୁଷ୍ ଦେଶରେ
ଖ. କେଉଁ ମସିହାରେ ଚୀନ୍ ଦେଶରେ ମାଓ ସେ ତୁଙ୍ଗଙ୍କ ନେତୃତ୍ୱରେ ସାମ୍ୟବାଦୀ ସରକାର ଗଠିତ
ହୋଇଥିଲା ? ଉତ୍ତର: (iii) ୧୯୪୯
ଗ. କେଉଁ ଦେଶଟି ଗ୍ରୀସ୍ରେ ଗୃହଯୁଦ୍ଧର ସୂତ୍ରପାତ କରାଇବାରେ ଦାୟୀ ଥୁଲା ? ଉତ୍ତର: (iv) ବୁଲ୍ଗେରିଆ
ଘ. ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ର ସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ
ରାଷ୍ଟ୍ରମାନଙ୍କ ବିରୋଧରେ ଅଭିଯୋଗ କରିଥୁଲା ? ଉତ୍ତର: (i) ୧୯୪୬ ଡିସେମ୍ବର
ଙ. କେଉଁ ଦେଶ ମାର୍ଶାଲ୍ ଯୋଜନାର ତୀବ୍ର ନିନ୍ଦା କରିଥୁଲା ? ଉତ୍ତର: (ii) ସୋଭିଏତ୍ ରୁଷ୍