୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ସମଗ୍ର ପୃଥିବୀରେ
ଶୀତଳଯୁଦ୍ଧର କି ପ୍ରଭାବ ପଡିଥିଲା ? ଉତ୍ତର: ଶୀତଳ ଯୁଦ୍ଧ ଯୋଗୁଁ
ପୃଥିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳି ଯାଇଥିଲା । ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକର
ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହେଲା । ଦୁଇ ମହାଶକ୍ତିଙ୍କ ନେତୃତ୍ବରେ ପୃଥ୍ବୀ
ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀରେ ବିଭକ୍ତ ହୋଇଗଲା । ସାମରିକ ମେଣ୍ଟ ଗଠନ ସହ
ଅସ୍ତ୍ରଶସ୍ତ୍ର ଏବଂ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାର ପ୍ରତିଦ୍ଵନ୍ଦିତା ବୃଦ୍ଧି ପାଇଲା, ଯାହା ବିଶ୍ୱବାସୀଙ୍କୁ ତୃତୀୟ
ବିଶ୍ଵଯୁଦ୍ଧର ଆଶଙ୍କାରେ ଆନ୍ଦୋଳିତ କରିଥିଲା ।
(ଖ) ସାମ୍ୟବାଦର ପ୍ରସାରକୁ
ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଗଠିତ ହୋଇଥିବା ସାମରିକ
ଚୁକ୍ତି ଗୁଡିକ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କର । ଉତ୍ତର: ସାମ୍ୟବାଦର ପ୍ରସାରକୁ
ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଅନେକ ସାମରିକ ଚୁକ୍ତି ଗଠିତ
ହୋଇଥିଲା । ପଶ୍ଚିମ ଓ ମଧ୍ଯ ଇଉରୋପରେ ସୋଭିଏତ୍ ରୁଷ୍ର ପ୍ରତିପତ୍ତିକୁ ପରାହତ କରିବା ପାଇଁ
୧୯୪୯ ମସିହାରେ 'ଉତ୍ତର ଆଟଲାଣ୍ଟିକ ଚୁକ୍ତି
ସଂଗଠନ' (NATO) ଗଠିତ ହେଲା । ସେହିପରି
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୧୯୫୧ରେ 'ଆନ୍ଜସ୍' (ANZUS) ରାଜିନାମା, ଦକ୍ଷିଣ ପୂର୍ବ ଏସିଆରେ ୧୯୫୪ରେ
'ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି
ସଂଗଠନ' (SEATO) ଏବଂ ମଧ୍ୟପ୍ରାଚ୍ୟରେ ୧୯୫୫ରେ 'ବାଗ୍ଦାଦ୍ ଚୁକ୍ତି' (ପରେ CENTO) ସ୍ୱାକ୍ଷରିତ ହୋଇଥିଲା ।
(ଗ) ଇଉରୋପୀୟ ରାଷ୍ଟ୍ରମାନେ
ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ? ଉତ୍ତର: ଇଉରୋପୀୟ ରାଷ୍ଟ୍ରମାନେ ନିଜର ସୁରକ୍ଷା ନିମନ୍ତେ ବିଭିନ୍ନ
ଗୋଷ୍ଠୀ ଓ ଚୁକ୍ତି କରିଥିଲେ । ୧୯୪୯ରେ ଆମେରିକା ସହ ମିଶି ପଶ୍ଚିମ ଇଉରୋପୀୟ ଦେଶଗୁଡ଼ିକ ନାଟୋ
(NATO) ଗଠନ କଲେ । ୧୯୫୨ରେ ଇଉରୋପୀୟ
ପ୍ରତିରକ୍ଷା ଗୋଷ୍ଠୀ ପ୍ରତିଷ୍ଠା ନିମନ୍ତେ ଏକ ଚୁକ୍ତି ହୋଇଥିଲା । ୧୯୫୪ରେ ଲଣ୍ଡନ ସମ୍ମିଳନୀ
ଏବଂ ୧୯୪୮ ବ୍ରସେଲସ୍ ଚୁକ୍ତି ଆଧାରରେ ‘ପଶ୍ଚିମ ଇଉରୋପୀୟ ସଂଘ’ ପ୍ରତିଷ୍ଠିତ ହେଲା ।
ଅନ୍ୟପକ୍ଷରେ, ପୁଞ୍ଜିବାଦୀଙ୍କ ଆକ୍ରମଣରୁ
ରକ୍ଷା ପାଇବା ପାଇଁ ରୁଷ୍ ନେତୃତ୍ୱରେ ପୂର୍ବ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ରେ 'ୱାର୍ସ ଚୁକ୍ତି' ସ୍ୱାକ୍ଷର କଲେ ।
(ଘ) କିପରି ଶୀତଳ ଯୁଦ୍ଧର ଅବସାନ
ଘଟିଲା ? ଉତ୍ତର: ୧୯୮୫ ମସିହାରେ
ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ
ସଂସ୍କାରମୂଳକ ନୀତି ପ୍ରଣୟନ କଲେ, ଯାହା ଶାନ୍ତିସ୍ଥାପନ ଓ ସହାବସ୍ଥାନ ଭାବ ଜାଗ୍ରତ କଲା । ପୂର୍ବ ଇଉରୋପୀୟ ଦେଶଗୁଡ଼ିକରୁ
ସାମ୍ୟବାଦର ବିଲୋପ ଘଟିଲା ଏବଂ ୧୯୯୧ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଲା । ଶେଷରେ ୧୯୯୨
ମସିହାରେ ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ୍ ଓ ରୁଷ୍ ରାଷ୍ଟ୍ରପତି ବୋରିସ୍ ୟେଲତ୍ସିନ୍ ଶୀତଳ
ଯୁଦ୍ଧର ଅବସାନ ଘଟିଲା ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କଲେ ।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) କେଉଁ ଚୁକ୍ତି ଆଧାରରେ
ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ଓ କେବେ ? ଉତ୍ତର: ୧୯୪୮ ବ୍ରସେଲସ୍ ଚୁକ୍ତି ଆଧାରରେ ୧୯୫୪ ମସିହାରେ ଅନୁଷ୍ଠିତ ଲଣ୍ଡନ ସମ୍ମିଳନୀ ପରେ
ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ।
(ଖ) ଆନ୍ଜସ ରାଜିନାମା କ’ଣ ? ଏଥିରେ କି ବ୍ୟବସ୍ଥା
କରାଯାଇଥିଲା ? ଉତ୍ତର: ପ୍ରଶାନ୍ତ ମହାସାଗରୀୟ
ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ବାହ୍ୟ ଶତ୍ରୁ ଆକ୍ରମଣର ପ୍ରତିରୋଧ ପାଇଁ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଆମେରିକା
ମଧ୍ୟରେ ୧୯୫୧ରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
(ଗ) ଦକ୍ଷିଣପୂର୍ବ ଏସିଆ ଚୁକ୍ତି
ସଂଗଠନର ପରିସମାପ୍ତି କିପରି ଘଟିଥିଲା ? ଉତ୍ତର: ଭିଏତ୍ନାମ୍ ଯୁଦ୍ଧରେ
ଆମେରିକା ସମର୍ଥିତ ଦକ୍ଷିଣ ଭିଏତ୍ନାମ୍ ଉପରେ ସୋଭିଏତ୍ ସମର୍ଥିତ ଉତ୍ତର ଭିଏତ୍ନାମର ବିଜୟ
ପରେ ଦକ୍ଷିଣପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।
(ଘ) କେଉଁ ଦେଶଗୁଡିକ ମଧ୍ୟରେ
“ବାଗ୍ଦାଦ୍ ଚୁକ୍ତି” ସ୍ୱାକ୍ଷରିତ ହୋଇଥିଲା ? ଉତ୍ତର: ୧୯୫୫ ମସିହାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ
"ବାଗ୍ଦାଦ୍ ଚୁକ୍ତି" ସ୍ୱାକ୍ଷରିତ ହୋଇଥିଲା ।
(ଙ) କେନ୍ଦ୍ରୀୟ ଚୁକ୍ତି ସଂଗଠନ
କେବେ ଓ କିପରି ଗଠିତ ହୋଇଥିଲା ? ଉତ୍ତର: ୧୯୫୮ ମସିହାରେ ଇରାକ୍
ବାଗ୍ଦାଦ୍ ମେଣ୍ଟରୁ ଓହରିଯିବା ପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି (CENTO) ରଖାଗଲା ଓ ଆମେରିକା ଏଥିରେ
ଯୋଗଦେଲା ।
(ଚ) ୱାର୍ସ ଚୁକ୍ତି ସମ୍ପର୍କରେ
ସଂକ୍ଷେପରେ ଲେଖ । ଉତ୍ତର: ପୁଞ୍ଜିବାଦୀ ରାଷ୍ଟ୍ରଙ୍କ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ସୋଭିଏତ୍ ରୁଷ୍
ନେତୃତ୍ୱରେ ୧୯୫୫ ମସିହା ମେ ୧ ତାରିଖରେ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୱାର୍ସ ଚୁକ୍ତି
ସ୍ଵାକ୍ଷର କରିଥିଲେ ।
(ଛ) ଦେତା କ'ଣ ? ଉତ୍ତର: ୧୯୬୯ରୁ ୧୯୭୮ ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ
ଉତ୍ତେଜନା ହ୍ରାସ ପାଇ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଏକ ନୂତନ ରୂପ ସୃଷ୍ଟି ହେଲା, ଯାହାକୁ 'ଦେତା' କୁହାଯାଏ ।
(ଜ) ଦେତା ସମୟରେ ଦୁଇ ମହାଶକ୍ତି
ମଧ୍ୟରେ ସମ୍ପର୍କରେ କି ପରିବର୍ତନ ହୋଇଥୁଲା ? ଉତ୍ତର: ଦେତା ସମୟରେ ଦୁଇ
ମହାଶକ୍ତି ମଧ୍ୟରେ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ
ସାଂସ୍କୃତିକ ଓ ବାଣିଜ୍ୟିକ କ୍ଷେତ୍ରରେ ସହଯୋଗିତା ଆରମ୍ଭ ହେଲା ।
(ଝ) ନୂତନ ଶୀତଳ ଯୁଦ୍ଧ କଣ ? ଉତ୍ତର: ୧୯୭୯ ମସିହାରେ ବିଭିନ୍ନ ରାଜନୈତିକ ଘଟଣା ଯୋଗୁଁ ଦେତାର
ଅବସାନ ଘଟି ଦୁଇ ମହାଶକ୍ତି ମଧ୍ୟରେ ପୁଣିଥରେ ଉତ୍ତେଜନା ଓ ପରମାଣୁ ଅସ୍ତ୍ର ପ୍ରତିଯୋଗିତା
ଆରମ୍ଭ ହେଲା, ଯାହାକୁ ନୂତନ ଶୀତଳ ଯୁଦ୍ଧ
କୁହାଯାଏ ।
(ଞ) ନୂତନ ଶୀତଳ ଯୁଦ୍ଧ ଓ
ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ କି’ ତାରତମ୍ୟ ଥୁଲା ? ଉତ୍ତର: ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟ ଭାବେ ଜଡିତ
ନଥିଲେ ମଧ୍ୟ ଏହା ପୁରାତନ ଶୀତଳଯୁଦ୍ଧ ଅପେକ୍ଷା ଅଧୂକ ଭୟଙ୍କର ମନେ ହୋଇଥିଲା ।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଶୀତଳ ଯୁଦ୍ଧ ଯୋଗୁଁ ପୃଥିବୀ
କେଉଁ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ? ଉତ୍ତର: ଶୀତଳ ଯୁଦ୍ଧ ଯୋଗୁଁ
ପୃଥିବୀ ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।
(ଖ) ଶୀତଳ ଯୁଦ୍ଧ କିପରି ଏକ
ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ? ଉତ୍ତର: ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା ଓ କାରିଗରୀ
ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।
(ଗ) ଉତ୍ତର ଆଟ୍ଲାଣ୍ଟିକ୍
ଚୁକ୍ତି ସଂଗଠନ କେବେ ସ୍ୱାକ୍ଷରିତ ହୋଇଥିଲା ? ଉତ୍ତର: ୧୯୪୯ ମସିହା ଏପ୍ରିଲ୍
୪ ତାରିଖରେ ଉତ୍ତର ଆଟ୍ଲାଣ୍ଟିକ୍ ଚୁକ୍ତି ସଂଗଠନ ସ୍ୱାକ୍ଷରିତ ହୋଇଥିଲା ।
(ଘ) କେବେ ଲଣ୍ଠନଠାରେ ପଶ୍ଚିମ
ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ? ଉତ୍ତର: ୧୯୫୪ ମସିହା ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ
ଲଣ୍ଡନଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା ।
(ଙ) କେଉଁସବୁ ରାଷ୍ଟ୍ରଙ୍କ
ମଧ୍ୟରେ ଆନ୍ଜସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ? ଉତ୍ତର: ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍ଜସ୍ ରାଜିନାମା ସ୍ୱାକ୍ଷରିତ
ହୋଇଥିଲା ।
(ଚ) ବାଗ୍ଦାଦ୍ ଚୁକ୍ତିର
ପରବର୍ଷିତ ନାମ କ’ଣ ? ଉତ୍ତର: ବାଗ୍ଦାଦ୍ ଚୁକ୍ତିର
ପରବର୍ତ୍ତିତ ନାମ ହେଉଛି କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO) ।
(ଛ) ୱାର୍ସ ଚୁକ୍ତି କେବେ ଓ
କେଉଁଠାରେ ସମ୍ପାଦିତ ହୋଇଥୁଲା ? ଉତ୍ତର: ୧୯୫୫ ମସିହା ମେ ୧
ତାରିଖରେ ପୋଲାଣ୍ଡର ରାଜଧାନୀ ଓ୍ୱାର୍ସଠାରେ ୱାର୍ସ ଚୁକ୍ତି ସମ୍ପାଦିତ ହୋଇଥିଲା ।
(ଜ) କେଉଁ ମସିହାରେ ଦେତାର ସହସା
ଅବସାନ ଘଟିଲା ? ଉତ୍ତର: ୧୯୭୯ ମସିହାରେ ଦେତାର
ସହସା ଅବସାନ ଘଟିଲା ।
(ଝ) ମିଖାଇଲ୍ ଗୋର୍ବାଚେଭ୍ କେବେ
ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ? ଉତ୍ତର: ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ
ହେଲେ ।
(ଞ) ଶୀତଳ ଯୁଦ୍ଧର ଅବସାନ
ହେଲାବୋଲି କେଉଁ ଦୁଇ ଜଣ ଘୋଷଣା କଲେ ? ଉତ୍ତର: ଯୁକ୍ତରାଷ୍ଟ୍ର
ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲତ୍ସିନ୍
ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କଲେ ।
୪ . ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍
ଉତ୍ତରଟି ସଙ୍ଗେ ତା’ର କ୍ରମିକ ବାଛି ଲେଖ ।
କ. ଉତ୍ତର ଆଟ୍ଲାଣ୍ଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥୁଲା ? ଉତ୍ତର: (iv) ମେ ୧୯୫୫
ଖ. କିଏ ଆନ୍ଜସ୍ର ସଭ୍ୟ ନ ଥିଲା ? ଉତ୍ତର: (ii) ନେଦରଲାଣ୍ଡ
ଗ. କେବେ ବାଗ୍ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ? ଉତ୍ତର: (iv) ୧୯୫୮ ମସିହା
ଘ. କେବେ ଦେତାର ଅବସାନ ଘଟିଲା ? ଉତ୍ତର: (ii) ୧୯୭୯ ମସିହା
ଙ. କାହାର ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ? ଉତ୍ତର: (ii) ମିଖାଇଲ୍ ଗୋର୍ବାଚେଭ୍