୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ।
(କ) ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
କିପରି ଆରମ୍ଭ ହୋଇଥିଲା ? ଉତ୍ତର: ଦ୍ଵିତୀୟ ବିଶ୍ଵଯୁଦ୍ଧ
ପରେ ସ୍ଵାଧୀନତା ହାସଲ କରିଥିବା ଏସିଆ ଓ ଆଫ୍ରିକାର ଅନେକ ଅନୁନ୍ନତ ତଥା ବିକାଶଶୀଳ ରାଷ୍ଟ୍ର
ଆମେରିକା ଓ ସୋଭିଏତ୍ ରୁଷ୍ ନେତୃତ୍ବରେ ଗଠିତ ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରୁ କୌଣସିରେ ଯୋଗ ନଦେଇ
ନିରପେକ୍ଷ ରହିବାକୁ ଉଚିତ ମନେକଲେ। ନିଜ ଦେଶର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି
ନିମନ୍ତେ ଏହି ରାଷ୍ଟ୍ରମାନେ ପରସ୍ପର ସହ ସହଯୋଗ ସ୍ଥାପନ କଲେ। ସେମାନଙ୍କ ମଧ୍ୟରେ ଉତ୍ତମ
ବୁଝାମଣା ଓ ସହଯୋଗ ବୃଦ୍ଧିପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଆରମ୍ଭ ହୋଇଥିଲା।
(ଖ) ଗୋଷ୍ଠୀ ନିରପେକ୍ଷତା
କାହାକୁ କୁହାଯାଏ ? ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର
ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନର ପ୍ରସାରରେ
ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ କିଏ ? ଉତ୍ତର: ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି
ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ।
ସ୍ୱାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର
ବିଲୋପ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ
ବିଶ୍ୱଶାନ୍ତି ପ୍ରତିଷ୍ଠା ହେଉଛି ଏହାର ଲକ୍ଷ୍ୟ। ଏହି ଆନ୍ଦୋଳନର ପ୍ରସାରରେ ମୁଖ୍ୟ ଭୂମିକା
ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍
ଜବାହାରଲାଲ୍ ନେହେରୁ, ଇଣ୍ଡୋନେସିଆର ରାଷ୍ଟ୍ରପତି
ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି
ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ୍ ନାସେର୍।
(ଗ) ଗୋଷ୍ଠୀ ନିରପେକ୍ଷ
ଆନ୍ଦୋଳନର ରୂପରେଖ କେବେ ଓ କେଉଁଠାରେ ପ୍ରସ୍ତୁତ କରାଯାଇଥିଲା ? ସେଠାରେ କେତୋଟି ଏସୀୟ ଓ
ଆଫ୍ରିକୀୟ ରାଷ୍ଟ୍ରର ପ୍ରତିନିଧୂ ଯୋଗଦେଇଥିଲେ ଓ ସେମାନେ କେଉଁସବୁ ବିଷୟରେ ଆଲୋଚନା କରିଥିଲେ ? ଉତ୍ତର: ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ୧୯୫୫ ମସିହା ଏପ୍ରିଲ୍
ମାସରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାନ୍ଦୁଙ୍ଗ୍ଠାରେ ଅନୁଷ୍ଠିତ ଆଫ୍ରୋ-ଏସୀୟ
ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ୨୩ଟି ଏସୀୟ ଓ ୬ଟି
ଆଫ୍ରିକୀୟ ରାଷ୍ଟ୍ର ଯୋଗଦେଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟକାରିତା ବିଷୟରେ ବିସ୍ତାରିତ
ଆଲୋଚନା କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ନିରପେକ୍ଷ ନୀତି ଅବଲମ୍ବନ କରୁଥିବା ରାଷ୍ଟ୍ରମାନେ
ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହନ୍ତି।
(ଘ) ବିଶ୍ୱଶାନ୍ତି ପ୍ରତିଷ୍ଠା
ଦିଗରେ ଗୋଷ୍ଠୀ ନିରପେକ୍ଷ ଅନ୍ଦୋଳନର ଅବଦାନ ଆଲୋଚନା କର । ଉତ୍ତର: ଶୀତଳ ଯୁଦ୍ଧ, ମହାଶକ୍ତି ମେଣ୍ଟ ଓ ସାମରିକ
ଗୋଷ୍ଠୀ ଗଠନ ଯୁଗରେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଏହି ଆନ୍ଦୋଳନ ଏକ ପ୍ରମୁଖ ଭୂମିକା ଗ୍ରହଣ
କରିଛି। ଏହା ଶୀତଳ ଯୁଦ୍ଧର ଅନ୍ତ, ବିଶ୍ୱରୁ ଉପନିବେଶବାଦର ବିଲୟ ଏବଂ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦର ଅନ୍ତ ଦିଗରେ
ସହାୟକ ହୋଇଛି। ବିଭିନ୍ନ ସାମରିକ ମେଣ୍ଟକୁ ବିରୋଧ କରିବା ସହ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ
ଏହା ସଙ୍କୁଚିତ କରିଛି। ଏହାରି ମାଧ୍ୟମରେ ତୃତୀୟ ବିଶ୍ୱର ଶକ୍ତିମାନେ ବିଶ୍ୱଶାନ୍ତି ଓ ମାନବୀୟ
ଭ୍ରାତୃତ୍ୱର ପ୍ରସାର କରିପାରିଛନ୍ତି।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ।
(କ) ପ୍ରଥମ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମାନଙ୍କର ପ୍ରତିନିଧୂମାନେ କି’ କାର୍ଯ୍ୟ ସମ୍ପାଦନ କରିଥିଲେ
। ଉତ୍ତର: ପ୍ରତିନିଧିମାନେ
ବିଶ୍ୱଶାନ୍ତି, ନିରପେକ୍ଷ ନୀତି ପାଳନ, ନିରସ୍ତ୍ରୀକରଣ ଏବଂ ଅଣୁଅସ୍ତ୍ର
ପ୍ରୟୋଗକୁ ବିରୋଧ କରିଥିଲେ ଏବଂ ଉପନିବେଶବାଦ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ କରିଥିଲେ।
(ଖ) ପଞ୍ଚମ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେଉଁ ବିଷୟରେ ଗୁରୁତ୍ବ ଆରୋପ କରାଯାଇଥିଲା ? ଉତ୍ତର: ପଞ୍ଚମ ସମ୍ମିଳନୀ ୧୯୭୬ ମସିହା ଅଗଷ୍ଟ ମାସରେ ଶ୍ରୀଲଙ୍କାର
କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ବିକାଶୋନ୍ମୁଖୀ ରାଷ୍ଟ୍ରମାନଙ୍କର ନ୍ୟାୟୋଚିତ
ଆର୍ଥନୀତିକ ଅଧିକାର ଓ ସ୍ଥାୟୀ ସଦସ୍ୟଙ୍କ 'ଭିଟୋ' କ୍ଷମତାର ଉଚ୍ଛେଦ ଉପରେ
ଗୁରୁତ୍ୱ ଦିଆଯାଇଥିଲା।
(ଗ) ନୂଆଦିଲ୍ଲୀଠାରେ ଗୋଷ୍ଠୀ
ନିରପେକ୍ଷ ରାଷ୍ଟ୍ରମାନଙ୍କର ଏକ ଶିଖର ବୈଠକ କେବେ ଅନୁଷ୍ଠିତ ହୋଇଥିଲା ? ଏଠାରେ କି’ ପଦକ୍ଷେପ
ନିଆଯାଇଥିଲା ।
ଉତ୍ତର: ୧୯୮୩ ମସିହା ମାର୍ଚ୍ଚ
ମାସରେ ନୂଆଦିଲ୍ଲୀଠାରେ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଓ
ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ ଏବଂ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ
ନିଆଯାଇଥିଲା।
(ଘ) ଲୁସାକା ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀରେ କି କାର୍ଯ୍ୟ ସମ୍ପାଦିତ ହୋଇଥୁଲା ? ଉତ୍ତର: ଏଠାରେ ‘ଶାନ୍ତି ଓ ଆନ୍ତର୍ଜାତିକ ସହଯୋଗ’ ଉପରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ବିଶ୍ୱ
ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକୁ ନଷ୍ଟ କରିଦେବା ପାଇଁ ମତ ପ୍ରକାଶ ପାଇଥିଲା।
(ଙ) ବାନ୍ଦୁଙ୍ଗ୍ ସମ୍ମିଳନୀର
ଆତ୍ମା କିଏ ଥିଲେ ? ତାଙ୍କର କେଉଁ ନୀତି ସେଠାରେ ଗୃହୀତ
ହୋଇଥିଲା ? ଉତ୍ତର: ବାନ୍ଦୁଙ୍ଗ୍
ସମ୍ମିଳନୀର ଆତ୍ମା ଥିଲେ ପଣ୍ଡିତ୍ ଜବାହାରଲାଲ୍ ନେହେରୁ। ତାଙ୍କର 'ପଞ୍ଚଶୀଳ' ବା ସମସ୍ତ ଜାତିର
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଗୃହୀତ ହୋଇଥିଲା।
(ଚ) ହାରାରେ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗଦେଇଥିଲେ ? ସେଠାରେ କେଉଁ ଦୁଇଟି କାର୍ଯ୍ୟ
ସମ୍ପାଦିତ ହୋଇଥୁଲା ? ଉତ୍ତର: ହାରାରେ ସମ୍ମିଳନୀରେ
୧୦୧ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇଥିଲେ। ସେଠାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ
ଏବଂ ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ପାଇଁ ଆହ୍ୱାନ ଦିଆଯାଇଥିଲା।
(ଛ) ୧୯୮୯ ମସିହା ସେପ୍ଟେମ୍ବର
ମାସରେ କେଉଁଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ? ସମ୍ମିଳନୀରେ କେଉଁ ବିଷୟରେ
ପ୍ରସ୍ତାବ ଆସିଥୁଲା ? ଉତ୍ତର: ୧୯୮୯ରେ ଯୁଗୋସ୍ଲୋଭିଆର
ରାଜଧାନୀ ବେଲ୍ଗ୍ରେଡ୍ଠାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉତ୍ତର ଓ ଦକ୍ଷିଣର
ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଏବଂ ନୂତନ ବିଶ୍ୱ ଅର୍ଥନୀତି ବ୍ୟବସ୍ଥା
ସମ୍ପର୍କରେ ପ୍ରସ୍ତାବ ଆସିଥିଲା।
(ଜ) ତ୍ରୟୋଦଶ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀରେ ମୁଖ୍ୟତଃ କ’ଣ ଆଲୋଚିତ ହୋଇଥିଲା ? ଉତ୍ତର: ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା, ସଂଯୁକ୍ତ ରାଷ୍ଟ୍ରସଂଘର ଦୃଢ଼ୀକରଣ, ଇରାକ୍ ଓ ଦକ୍ଷିଣ କୋରିଆ ସମସ୍ୟା ଏବଂ ବିଶ୍ୱ ସନ୍ତ୍ରାସବାଦ ମୂଳୋତ୍ପାଟନ ଉପରେ ଆଲୋଚନା
ହୋଇଥିଲା।
(ଝ) ଚତୁର୍ଦ୍ଦଶ ଗୋଷ୍ଠୀ
ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ? ଉତ୍ତର: ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ୨୦୦୬ ମସିହା
ସେପ୍ଟେମ୍ବର ମାସରେ କ୍ୟୁବାର ହାଭାନାଠାରେ ଅନୁଷ୍ଠିତ ହୋଇଥିଲା।
(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ? ଉତ୍ତର: ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍
ଶେଖ୍ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ୧୧୮ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ।
(କ) କାହା ନେତୃତ୍ୱରେ ଗୋଷ୍ଠୀ
ନିରପେକ୍ଷ ଆନ୍ଦୋଳନ ସୁଦୃଢ ହୋଇଥିଲା ? ଉତ୍ତର: ଭାରତର ପ୍ରଥମ
ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାର୍ ଲାଲ୍ ନେହେରୁଙ୍କ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
ସୁଦୃଢ ହୋଇଥିଲା।
(ଖ) କେଉଁମାନଙ୍କ ସହଯୋଗ ଗୋଷ୍ଠୀ
ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲା ? ଉତ୍ତର: ଇଣ୍ଡୋନେସିଆର
ରାଷ୍ଟ୍ରପତି ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି
ମାର୍ଶାଲ୍ ଟିଟୋ ଓ ଇଜିପ୍ଟ ରାଷ୍ଟ୍ରପତି ଅବଦୁଲ୍ ନାସେର୍ଙ୍କ ସହଯୋଗ ଏହାକୁ ପରିପୁଷ୍ଟ
କରିଥିଲା।
(ଗ) କେଉଁମାନଙ୍କୁ ନେଇ ତୃତୀୟ
ବିଶ୍ଵର ସୃଷ୍ଟି ହୋଇଥିଲା ? ଉତ୍ତର: ଗୋଷ୍ଠୀ ନିରପେକ୍ଷ
ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା।
(ଘ) କେଉଁ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ
ଆହ୍ବାନ ଦିଆଯାଇଥୁଲା ? ଉତ୍ତର: ୧୯୭୯ ମସିହାରେ
ହାଭାନାଠାରେ ଅନୁଷ୍ଠିତ ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ସାମରିକ ଘାଟିଗୁଡ଼ିକୁ ନଷ୍ଟ
କରିଦେବାକୁ ଆହ୍ୱାନ ଦିଆଯାଇଥିଲା।
(ଙ) ଆଲ୍ଜିୟର୍ସ ଗୋଷ୍ଠୀ
ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ । ଉତ୍ତର: ଆଲ୍ଜିୟର୍ସ ଗୋଷ୍ଠୀ
ନିରପେକ୍ଷ ସମ୍ମିଳନୀରେ ୭୬ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ।
(ଚ) ଲୁସାକା କେଉଁ ଦେଶର
ରାଜଧାନୀ ? ଉତ୍ତର: ଲୁସାକା ହେଉଛି
ଜାମ୍ବିଆର ରାଜଧାନୀ।
(ଛ) ଗୋଷ୍ଠୀ ନିରପେକ୍ଷ
ଆନ୍ଦୋଳନର ସପ୍ତମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଉତ୍ତର: ସପ୍ତମ ସମ୍ମିଳନୀ ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ
ଅନୁଷ୍ଠିତ ହୋଇଥିଲା।
(ଜ) ଦକ୍ଷିଣ ଆଫ୍ରିକାରେ ଗୋଷ୍ଠୀ
ନିରପେକ୍ଷ ଆନ୍ଦୋଳନ କେଉଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା ? ଉତ୍ତର: ଦକ୍ଷିଣ ଆଫ୍ରିକାରେ ଘୃଣ୍ୟ ବର୍ଣ୍ଣବୈଷମ୍ୟବାଦର ଅନ୍ତ ଦିଗରେ
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା।
(ଝ) କେଉଁ ଚୁକ୍ତି ଗୁଡିକର
ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟ ଦକ୍ଷତାର ପ୍ରମାଣ ଦିଏ ? ଉତ୍ତର: ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ, କେନ୍ଦ୍ରୀୟ ଚୁକ୍ତି ସଂଗଠନ ଓ
ୱାର୍ସ ଚୁକ୍ତି ଆଦିର ବିଫଳତା ଏହାର କାର୍ଯ୍ୟ ଦକ୍ଷତାର ପ୍ରମାଣ ଦିଏ।
(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ
ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଉତ୍ତର: ପଞ୍ଚଦଶ ଗୋଷ୍ଠୀ
ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍ ଶେଖ୍ଠାରେ ଅନୁଷ୍ଠିତ ହୋଇଥିଲା।
୪ . ନିମ୍ନରେ ପ୍ରତ୍ୟେକରେ ତଳେ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି
ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
୧. କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ
ଆହ୍ବାନ ଦିଆଯାଇଥଲା ? ଉତ୍ତର: (ii) ହାରାରେ ସମ୍ମିଳନୀ ୧୯୮୬
୨. ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଉତ୍ତର: (iv) ବେଲ୍ଗ୍ରେଡ୍
୩. କେଉଁ ବିଷୟଟି ୧୯୮୯ ମସିହାରେ ବେଲ୍ଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ
ହୋଇଥିଲା ? ଉତ୍ତର: (ii) ବିଶ୍ୱ ଅର୍ଥନୀତି ଅବସ୍ଥା
୪. କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟ
ଗୁଡ଼ିକ ନଷ୍ଟ କରିଦେବା ପାଇଁ ମତ ପ୍ରକାଶ ପାଇଥିଲା ? ଉତ୍ତର: (i) ଲୁସାକା ସମ୍ମିଳନୀ (୧୯୭୦)
୫. କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥୁଲା
? ଉତ୍ତର: (iv) ବର୍ଣ୍ଣ ବୈଷମ୍ୟ ନୀତିର ବିଲୋପ