୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ।

(କ) କାହା ନେତୃତ୍ୱରେ ସୋଭିଏତ୍ ସଂଘ ପୃଥ‌ିବୀର ଦ୍ବିତୀୟ ବୃହତ୍ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଥିଲା ? କେଉଁ ସବୁ କାରଣରୁ ଏହାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଥିଲା ? ଉତ୍ତର: ଯୋସେଫ୍ ଷ୍ଟାଲିନ୍‌ଙ୍କ ବଳିଷ୍ଠ ନେତୃତ୍ୱରେ ସୋଭିଏତ୍ ସଂଘ ପୃଥ‌ିବୀର ଦ୍ବିତୀୟ ବୃହତ୍ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ସହିତ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଏବଂ ଶୀତଳ ଯୁଦ୍ଧ ଯୋଗୁଁ ସାମରିକ ଖର୍ଚ୍ଚ ବୃଦ୍ଧି, ମୁଦ୍ରାସ୍ଫୀତି, କୃଷି ଉତ୍ପାଦନ ହ୍ରାସ, ଆବଶ୍ୟକ ସାମଗ୍ରୀର ଅଭାବ ଏବଂ କଳାବଜାରର ପ୍ରଭାବ କାରଣରୁ ଏହାର ଅର୍ଥନୀତି ଦୁର୍ବଳ ହୋଇପଡ଼ିଲା। ଏହାବ୍ୟତୀତ ଆମେରିକାର 'ତାରକା ଯୁଦ୍ଧ' ଯୋଜନା ଏବଂ ୧୯୮୬ର ଚେର୍ଣ୍ଣୋବିଲ୍ ଆଣବିକ କେନ୍ଦ୍ର ଦୁର୍ଘଟଣା ଅର୍ଥନୀତିକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଥିଲା ।

(ଖ) ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ ରାଜନୈତିକ ଅବସ୍ଥାକୁ ସୁଧାରିବା ପାଇଁ ଗୋର୍ବାଚେଶ୍‌ଙ୍କ ଦ୍ବାରା କେଉଁ ନୂତନ ନୀତି ଘୋଷିତ ହୋଇଥିଲା ? ଏହାର ପରିଣତି କ’ଣ ହେଲା ? ଉତ୍ତର: ବିପର୍ଯ୍ୟସ୍ତ ଅବସ୍ଥାକୁ ସୁଧାରିବା ପାଇଁ ୧୯୮୬ ମସିହାରେ ମିଖାଇଲ୍ ଗୋର୍ବାଚେଭ୍‌ଙ୍କ ଦ୍ବାରା 'ଗ୍ଲାସ୍‌ନସ୍ତ' (ରାଜନୈତିକ କାର୍ଯ୍ୟକଳାପ/ମୁକ୍ତ ବିଚାର), 'ପେରିସ୍ତ୍ରୋଇକା' (ଆର୍ଥନୀତିକ ପୁନର୍ବିନ୍ୟାସ) ଏବଂ 'ଉସ୍କୋରେନିୟେ' (ଦ୍ରୁତ ଆର୍ଥନୀତିକ ବିକାଶ) ନୀତି ଘୋଷିତ ହୋଇଥିଲା। ଏହାର ପରିଣତି ସ୍ଵରୂପ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ କୋହଳ ହେବାରୁ ସରକାରଙ୍କ ଦୁର୍ବଳତା ଲୋକଲୋଚନକୁ ଆସିଲା ଓ ସରକାର ଜନସାଧାରଣଙ୍କ ବିଶ୍ୱାସ ହରାଇଲେ। ରାଷ୍ଟ୍ରଗୁଡ଼ିକ ସ୍ୱାଧୀନତା ଘୋଷଣା କରିବା ଫଳରେ ସୋଭିଏତ୍ ସଂଘର ବିଖଣ୍ଡନ ଘଟିଲା ।

(ଗ) ସୋଭିଏତ୍ ସଂଘର ଆର୍ଥନୀତିକ ଅବସ୍ଥାକୁ ସୁଧାରିବା ପାଇଁ ଗୋର୍ବାଚେଭ୍ କେଉଁ ଦୁଇଟି ନୀତି ଘୋଷଣା କରିଥିଲେ । ସୋଭିଏତ୍ ଅର୍ଥନୀତି ସେଗୁଡ଼ିକ ଦ୍ବାରା କିପରି ପ୍ରଭାବିତ ହୋଇଥିଲା ? ଉତ୍ତର: ଆର୍ଥନୀତିକ ଅବସ୍ଥାକୁ ସୁଧାରିବା ପାଇଁ ଗୋର୍ବାଚେଭ୍ 'ପେରିସ୍ତ୍ରୋଇକା' (ଆର୍ଥନୀତିକ ପୁନର୍ବିନ୍ୟାସ) ଏବଂ 'ଉସ୍କୋରେନିୟେ' (ଦ୍ରୁତ ଆର୍ଥନୀତିକ ବିକାଶ) ନାମକ ଦୁଇଟି ନୀତି ଘୋଷଣା କରିଥିଲେ। ମାତ୍ର ଏହା ଦ୍ୱାରା ଅର୍ଥନୀତିରେ କୌଣସି ଉନ୍ନତି ହୋଇପାରି ନଥିଲା। ଲାଭ ହେଉନଥିବା ଉଦ୍ୟୋଗଗୁଡ଼ିକୁ ବଞ୍ଚାଇବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ିଗଲା ଓ ସଂଘୀୟ ରାଜ୍ୟଗୁଡ଼ିକ କେନ୍ଦ୍ରକୁ ରାଜସ୍ୱ ଦେବାକୁ ମନାକରିଦେବାରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା।

(ଘ) ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେବାର ପରିଣତି କ’ଣ ହେଲା ? ଉତ୍ତର: ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେବା ଫଳରେ ସେହି ରାଷ୍ଟ୍ରଗୁଡ଼ିକର ନିର୍ବାଚନରେ ସାମ୍ୟବାଦୀ ଦଳ ପରାଜିତ ହେଲେ ଓ ଆଞ୍ଚଳିକ ଦଳମାନ କ୍ଷମତାକୁ ଆସିଲେ। କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା। ଲିଥୁଆନିଆ, ଇସ୍ତୋନିଆ, ୟୁକ୍ରେନ୍, ଜର୍ଜିଆ ସମେତ ଅନେକ ରାଜ୍ୟ ସ୍ଵାଧୀନତା ଘୋଷଣା କଲେ। ସାମ୍ୟବାଦୀ ଦଳକୁ ବାସନ୍ଦ କରାଗଲା ଏବଂ ୱାର୍‌ସ ଚୁକ୍ତିକୁ ଭାଙ୍ଗି ଦିଆଗଲା।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ।

(କ) ଦ୍ଵିତୀୟ ବିଶ୍ଵଯୁଦ୍ଧପରେ ସୋଭିଏତ୍ ସଂଘ କିପରି ପୃଥ୍ବୀର ଦ୍ଵିତୀୟ ବୃହତ୍ ଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଥୁଲା ? ଉତ୍ତର: ଯୋସେଫ୍ ଷ୍ଟାଲିନ୍‌ଙ୍କ ବଳିଷ୍ଠ ନେତୃତ୍ବ, ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଦ୍ରୁତ ଅର୍ଥନୈତିକ ଓ ଶିଳ୍ପାନ୍ନତ ବିକାଶ ଫଳରେ ସୋଭିଏତ୍ ସଂଘ ଆମେରିକା ପରେ ଦ୍ଵିତୀୟ ବୃହତ୍ ଶକ୍ତିରେ ପରିଣତ ହୋଇଥିଲା।

(ଖ) ଯୋସେଫ୍ ଷ୍ଟାଲିନ୍ ସୋଭିଏତ୍ ସଂଘକୁ କିପରି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଥିଲେ ? ଉତ୍ତର: ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍‌ଙ୍କ ଦ୍ଵାରା ପ୍ରବର୍ତ୍ତିତ ପଞ୍ଚବାର୍ଷିକ ଯୋଜନା ଫଳରେ ସୋଭିଏତ୍ ସଂଘ ଖୁବ୍ କମ୍ ସମୟ ମଧ୍ୟରେ ଏକ କୃଷିପ୍ରଧାନ ରାଷ୍ଟ୍ରରୁ ଶକ୍ତିଶାଳୀ ଶିଳ୍ପାନ୍ନତ ରାଷ୍ଟ୍ରରୂପେ ପରିଣତ ହୋଇପାରିଥିଲା।

(ଗ) କିଏ ତାରକାଯୁଦ୍ଧ ଯୋଜନା ଘୋଷଣା କରିଥିଲେ ? ସୋଭିଏତ୍ ସଂଘର ଅର୍ଥନୀତି ଉପରେ ଏହାର କି’ ପ୍ରଭାବ ପଡ଼ିଥ୍‌ଲା ? ଉତ୍ତର: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲଡ୍ ରିଗାନ୍ ତାରକାଯୁଦ୍ଧ ଯୋଜନା ଘୋଷଣା କରିଥିଲେ। ଏହାଦ୍ଵାରା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧୂକ ସାମରିକ ଖର୍ଚ୍ଚର ବୋଝ ଲଦି ହୋଇଯାଇଥିଲା।

(ଘ) ୧୯୮୬ ମସିହାରେ ମିଖାଇଲ୍ ଗୋର୍ବାଚେଲ୍‌ଙ୍କ ଦ୍ବାରା ଘୋଷିତ ନୀତିଗୁଡିକ ଲେଖ । ଉତ୍ତର: ସେଗୁଡ଼ିକ ହେଲା: 'ଗ୍ଲାସ୍‌ନସ୍ତ' (ରାଜନୈତିକ କାର୍ଯ୍ୟକଳାପ), 'ପେରିସ୍ତ୍ରୋଇକା' (ଆର୍ଥନୀତିକ ପୁନର୍ବିନ୍ୟାସ), ଏବଂ 'ଉସ୍କୋରେନିୟେ' (ଦ୍ରୁତ ଆର୍ଥନୀତିକ ବିକାଶ) ନୀତି ।

(ଙ) ଗ୍ଲାସ୍‌ନସ୍ତ୍ ନୀତିର ପ୍ରଚଳନ ଫଳରେ ସୋଭିଏତ୍ ସଂଘରେ କି ସୁବିଧା ହେଲା ? ଉତ୍ତର: ଏହି ନୀତିଦ୍ୱାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ୱାଧୀନତା ଓ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହେଲା ଏବଂ ସହସ୍ରାଧୂକ ରାଜନୈତିକ ବନ୍ଦୀମାନଙ୍କୁ କାରାମୁକ୍ତ କରାଗଲା।

(ଚ) ପେରିସ୍ତ୍ରୋଇକା ଓ ଉସ୍କୋରେନିୟେ ନୀତିର ଲକ୍ଷ୍ୟ କ’ଣ ଥିଲା ? ଉତ୍ତର: ସୋଭିଏତ୍ ସଂଘର ବହୁବର୍ଷ ଧରି ମନ୍ଥର ହୋଇଯାଇଥିବା ଅର୍ଥନୀତିର ପୁନର୍ଗଠନ କରିବା ଏବଂ ଦେଶରେ ଦ୍ରୁତ ଆର୍ଥନୀତିକ ବିକାଶ ଆଣିବା ଥିଲା ଏହି ନୀତିର ଲକ୍ଷ୍ୟ।

(ଛ) ଗ୍ଲାସ୍‌ନସ୍ତ୍ ନୀତି ପ୍ରଣୟନର କୁପରିଣତିଗୁଡ଼ିକ ଲେଖ । ଉତ୍ତର: ଗଣମାଧ୍ୟମ ଉପରେ ନିୟନ୍ତ୍ରଣ କୋହଳ ହେବାଦ୍ଵାରା ସୋଭିଏତ୍ ସଂଘର ଦୁର୍ବଳତା ଲୋକଲୋଚନକୁ ଆସିଲା, ଫଳରେ ସରକାର ଜନସାଧାରଣଙ୍କର ଆସ୍ଥା ଓ ବିଶ୍ଵାସ ହରାଇଲେ।

(ଜ) କେଉଁ ସବୁ କାରଣ ଯୋଗୁଁ ୧୯୯୦ ମସିହା ସୁଦ୍ଧା ସୋଭିଏତ୍ ସଂଘର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା ? ଉତ୍ତର: ଲାଭ ହେଉ ନଥିବା ଉଦ୍ୟୋଗ ପାଇଁ ସରକାରୀ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରକୁ ରାଜସ୍ବ ଦେବାକୁ ମନାକରିଦେବାରୁ ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିଲା।

(ଝ) ଉଦାରୀକରଣ ପ୍ରକ୍ରିୟାର ପ୍ରଭାବରେ ସୋଭିଏତ୍ ସଂଘରେ କି ପରିବର୍ତ୍ତନ ଘଟିଥୁଲା ? ଉତ୍ତର: ଏହାର ପ୍ରଭାବରେ ଲିଥୁଆନିଆ, ଇସ୍ତୋନିଆ, ୟୁକ୍ରେନ୍, ଜର୍ଜିଆ ଭଳି ଅନେକ ଅନ୍ତର୍ଭୁକ୍ତ ରାଜ୍ୟ ସ୍ଵାଧୀନତା ଘୋଷଣା କଲେ ଏବଂ ସାମ୍ୟବାଦୀ ଦଳକୁ ବାସନ୍ଦ କରାଗଲା।

(ଞ) ରୁଷୀୟ ରାଜ୍ୟଗୁଡ଼ିକ ସ୍ୱାଧୀନ ହୋଇଥିଲେ ସୁଦ୍ଧା କେଉଁ ବିଷୟଗୁଡ଼ିକରେ କେନ୍ଦ୍ରୀୟ ଋଷ ସରକାର ଉପରେ ନିର୍ଭରଶୀଳ ରହିଲେ ? ଉତ୍ତର: ରାଜ୍ୟଗୁଡ଼ିକ ସ୍ଵାଧୀନ ହେଲେ ମଧ୍ୟ ପ୍ରତିରକ୍ଷା, ରାଜସ୍ୱ ଆଦାୟ, ଅସ୍ତ୍ରଶସ୍ତ୍ର ଓ ଆଣବିକ ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ରୀୟ ରୁଷ୍ ସରକାର ଉପରେ ନିର୍ଭରଶୀଳ ରହିଲେ।

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ରୁଷ୍ ଦେଶରେ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍ ଆନ୍ଦୋଳନ ସଂଘଟିତ ହୋଇଥୁଲା ? ଉତ୍ତର: ୧୯୧୭ ମସିହାରେ ରୁଷ୍ ଦେଶରେ ଏକଛତ୍ରବାଦୀ ଓ ଅତ୍ୟାଚାରୀ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍ ଆନ୍ଦୋଳନ ସଂଘଟିତ ହୋଇଥୁଲା ।

(ଖ) କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ? ଉତ୍ତର: ୧୯୨୧ ମସିହାରୁ ଭ୍ଲାଡିମିର୍ ଲେନିନ୍‌ଙ୍କ ନୂତନ ଅର୍ଥନୈତିକ ନୀତି ଦ୍ୱାରା ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ।

(ଗ) ଯୋସେଫ ଷ୍ଟାଲିନ୍‌ଙ୍କର କେଉଁ ପଦକ୍ଷେପ ଫଳରେ ସୋଭିଏତ୍ ସଂଘ ଏକ ଶକ୍ତିଶାଳୀ ଶିଞ୍ଜୋନ୍ନତ ରାଷ୍ଟ୍ରରେ ପରିଣତ ହୋଇଥୁଲା ? ଉତ୍ତର: ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍‌ଙ୍କ ଦ୍ଵାରା ପ୍ରବର୍ତ୍ତିତ ପଞ୍ଚବାର୍ଷିକ ଯୋଜନା ପଦକ୍ଷେପ ଫଳରେ ସୋଭିଏତ୍ ସଂଘ ଏକ ଶକ୍ତିଶାଳୀ ଶିଳ୍ପାନ୍ନତ ରାଷ୍ଟ୍ରରେ ପରିଣତ ହୋଇଥୁଲା ।

(ଘ) ଷ୍ଟାଲିନ୍‌ଙ୍କର ବଳିଷ୍ଠ ନେତୃତ୍ବର କି ପ୍ରଭାବ ସୋଭିଏତ୍ ସଂଘ ଉପରେ ପଡ଼ିଥିଲା ? ଉତ୍ତର: ତାଙ୍କର ବଳିଷ୍ଠ ନେତୃତ୍ବ ସୋଭିଏତ୍ ସଂଘର ଚତୁଃପାର୍ଶ୍ଵରେ ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରଭାବ ଓ ପ୍ରତିପତ୍ତା ବୃଦ୍ଧି କରିଥିଲା ।

(ଙ) ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ସୋଭିଏତ୍ ସଂଘ କିପରି କ୍ଷତିଗ୍ରସ୍ତ ହେଲା ? ଉତ୍ତର: ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ବିଶ୍ୱସ୍ତରୀୟ ସୂଚନା ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ବଞ୍ଚିତ ହୋଇ ସୋଭିଏତ୍ ସଂଘ ଅନଗ୍ରସରତାର ଶିକାର ହୋଇଥିଲା ।

(ଚ) ଗୋର୍ବାଚେଭ କେବେ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ? ଉତ୍ତର: ୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ।

(ଛ) ବୋରିସ୍ ୟେଲ୍‌ତ୍‌ସିନ୍ କିଏ ? ଉତ୍ତର: ବୋରିସ୍ ୟେଲ୍‌ତ୍‌ସିନ୍ ଥିଲେ ରୁଷ୍ ସାଧାରଣତନ୍ତ୍ରର ରାଷ୍ଟ୍ରପତି, ଯାହାଙ୍କ ଦୃଢ଼ ପଦକ୍ଷେପ ଯୋଗୁଁ କଠୋରପନ୍ଥୀ ସାମ୍ୟବାଦୀମାନଙ୍କର କ୍ଷମତା ଦଖଲ ଚେଷ୍ଟା ପଣ୍ଡ ହୋଇଗଲା ।

(ଜ) କେବେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ? ଉତ୍ତର: ୧୯୯୧ ମସିହା ଡିସେମ୍ବର ୨୬ ତାରିଖ ଦିନ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ।

(ଝ) କୃଶ୍ଚେଲ୍‌ଙ୍କର କେଉଁ ମନୋଭାବ ଯୋଗୁଁ ସେ ଉଦାରପନ୍ଥୀଙ୍କ ଦ୍ବାରା ନିନ୍ଦିତ ହେଲେ ? ଉତ୍ତର: ନିକିତା କୃଶ୍ଚେଭ୍ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କଠୋରପନ୍ଥୀମାନଙ୍କ ଦ୍ବାରା ନିନ୍ଦିତ ହୋଇଥିଲେ ।

(ଞ) କେଉଁ କାରଣ ଯୋଗୁଁ ପୂର୍ବ ଇଉରୋପୀୟ ୱାର୍‌ସ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ର ସମୂହରେ ସାମ୍ୟବାଦୀ ସରକାରର ପତନ ଘଟିଥ୍‌ଲା ? ଉତ୍ତର: ପୂର୍ବ ଇଉରୋପୀୟ ୱାର୍‌ସ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ର ସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦକରି ନିୟନ୍ତ୍ରଣ କୋହଳ କରି ଦିଆଯିବାରୁ ସେଠାରେ ସାମ୍ୟବାଦୀ ସରକାରଙ୍କର ପତନ ଘଟିଲା ।

୪ . ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

କ. କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍‌ର ଶାସକ ମାଓ ସେ-ତୁଙ୍ଗ୍‌ଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ? (i) ଲେନିନ୍ (ii) କୃଶ୍ଚେଭ୍ (iii) ଷ୍ଟାଲିନ୍ (iv) ବ୍ରେଜନେଭ୍ ଉତ୍ତର: (ii) କୃଶ୍ଚେଭ୍

ଖ. ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି କେନ୍ଦ୍ରର ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ? (i) ୧୯୮୫ (ii) ୧୯୮୦ (iii) ୧୯୮୬ (iv) ୧୯୯୧ ଉତ୍ତର: (iii) ୧୯୮୬

ଗ. କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ? (i) ନିକିତା କୃଶ୍ଚେଭ୍ (ii) ଆଲେକ୍ସି କୋସିଜିନ୍ (iii) ଲିଓନିଡ୍ ବ୍ରେଜ୍‌ନେଭ (iv) ମିଖାଇଲ୍ ଗୋର୍ବାଚେଭ୍ ଉତ୍ତର: (iv) ମିଖାଇଲ୍ ଗୋର୍ବାଚେଭ୍

ଘ. କାହାଦ୍ଵାରା ସୋଭିଏତ୍ ସଂଘରେ ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ହୋଇଥୁଲା ? (i) ଭ୍ଲାଡିମିର ଲେନିନ୍ (ii) ଯୋଶେଫ୍ ଷ୍ଟାଲିନ୍ (iii) ନିକିତା କୃଶ୍ଚେଭ୍ (iv) ଆଲେକ୍ସି କୋସିଜିନ୍ ଉତ୍ତର: (ii) ଯୋଶେଫ୍ ଷ୍ଟାଲିନ୍

ଙ. ଜର୍ଜିଆ କେବେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟ ଗୋଷ୍ଠୀ ସହିତ ମିଶିଥିଲା । (i) ୧୯୯୦ (ii) ୧୯୯୧ (iii) ୧୯୯୨ (iv) ୧୯୯୩ ଉତ୍ତର: (iv) ୧୯୯୩